ରାଜ୍ୟରେ ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ । କିଛି ଦିନ ହେବ ୬୦ ହଜାର ଉପରେ କରୋନା ନମୂନା ପରୀକ୍ଷା ହେଉଥିବା ବେଳେ ସଂକ୍ରମଣ ସଂଖ୍ୟା ମଧ୍ୟ ୧୧ ହଜାର ଉପରେ ରହୁଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଦୈନିକ ୨୫ ଉପରେ ରହୁଛି । ଲକଡାଉନ, ସଟଡାଉନ ସତ୍ୱେ ସଂକ୍ରମଣ ସଂଖ୍ୟା କମୁନି । ଯାହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ଗତ ୨୪ ଘଂଟାରେ ରାଜ୍ୟରେ ୬୦ ହଜାର ୭୫୯ କରୋନା ଟେଷ୍ଟିଂ ହୋଇଥିବା ବେଳେ ୧୧ ହଜାର ୧୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମେ’ ମାସରେ ସାଂଘାତିକ ହେଉଛି ସ୍ଥିତି । ମେ’ ମାସ ଆରମ୍ଭରୁ ଏଯାଏ ୨ ଲକ୍ଷ ୩୫ ହଜାର ୩୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୯ ଜିଲ୍ଲାରେ ୩ ଅଂକ ଉପରେ ସଂକ୍ରମଣ ସଂଖ୍ୟା ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୫୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୪୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୮୬୪, ବରଗଡ଼ରୁ ୩୩୯, ଭଦ୍ରକରୁ ୪୮୯, ବାଲେଶ୍ୱରରୁ ୫୦୯, ବଲାଙ୍ଗୀରରୁ ୨୯୮, ବୌଦ୍ଧରୁ ୨୭୩, ଦେବଗଡ଼ରୁ ୧୨୫, ଢେଙ୍କାନାଳରୁ ୧୩୧, ଗଜପତିରୁ ୧୫୭, ଗଞ୍ଜାମରୁ ୨୧୪, ଜଗତସିଂହପୁରରୁ ୩୧୮, ଯାଜପୁରରୁ ୩୯୬, ଝାରସୁଗୁଡ଼ାରୁ ୧୧୩ , କଳାହାଣ୍ଡିରୁ ୩୯, କନ୍ଧମାଳରୁ ୧୩୨, କେନ୍ଦ୍ରାପଡ଼ାରୁ ୧୫୦, କେନ୍ଦୁଝରରୁ ୧୬୯, କୋରାପୁଟରୁ ୨୫୧, ମାଲକାନଗିରିରୁ ୧୦୦, ମୟୂରଭଞ୍ଜରୁ ୬୩୫, ନବରଙ୍ଗପୁରରୁ ୩୫୭, ନୟାଗଡ଼ରୁ ୩୩୨, ନୂଆପଡ଼ାରୁ ୧୧୪, ପୁରୀରୁ ୪୭୩, ରାୟଗଡ଼ାରୁ ୨୦୯, ସମ୍ବଲପୁରରୁ ୩୮୪, ସୋନପୁରରୁ ୧୮୦, ସୁନ୍ଦରଗଡ଼ରୁ ୭୦୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ୨୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ଜଣ ଓ କଳାହାଣ୍ଡି ଜିଲ୍ଲାରୁ ୪ଜଣ ରହିଛନ୍ତି । ଗଞ୍ଜାମ ଓ ପୁରୀ ୩ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ବୌଦ୍ଧ , ଗଜପତି, କୋରାପୁଟ, ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।