କୁବେର ବାପାର କୋଟିପତି ପୁଅ

ଦୁର୍ନୀତିର ପାହାଡ ଉପରେ ଠିଆ କଳାଟଙ୍କାର ସାମ୍ରାଜ୍ୟ ଗଢିଥିବା ପାଠକ ବାପ. ପୁଅଙ୍କ ଧୀରେ ଧୀରେ ଦୁର୍ନୀତିର ପେଡି ଖୋଲୁଛି । ଭିଜିଲାନ୍ସ ଦେଇଥିବା ତଥ୍ୟ ଅନୁସାରେ ଆକାଶ ପାଠକଙ୍କ ଆକାଉଂଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ହୋଇଛି । ଭୁବନେଶ୍ୱର ଓ ପୁନେରେ ଥିବା ଆକାଶଙ୍କ ୩ଟି ଆକାଉଣ୍ଟରେ ୯.୪୮ କୋଟି ଜମା ହୋଇଥିବା ବେଳେ ଅନ୍ୟ ସୂତ୍ରରୁ ଆକାଶଙ୍କ ଆକାଉଣ୍ଟକୁ ଆସିଛି ୫ କୋଟି ୨୯ ଲକ୍ଷ ।

ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗର ତଦନ୍ତ ଚାଲିଥିବା ବେଳେ ଟାଟା ମୋଟର୍ସର ଏମଡି କହି ଚାକିରି କରାଇଦେବା ନାଁର ଠକେଇ ମାମଲାର ବି ଛାନଭିନ ଚାଲିଛି । ଶିକ୍ଷାଗତ ବୃତ୍ତିଗତ ଶିକ୍ଷା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ମଧ୍ୟ ଯାଞ୍ଚ କରିଛି ଏସ୍‌ଆଇଟି। ରାଜ୍ୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ ଜବତ ହୋଇଥିବା ମୋବାଇଲ୍ ଫୋନ୍, ଲାପଟପ୍, ସିସିଟିଭି ଫୁଟେଜ୍‌ଋ ଯାଂଚ ଚାଲିଛି । ସେପଟେ ଟାଟା ମୋଟର୍ସ ପକ୍ଷରୁ କୁହାଯାଇଛି ଯେ, ଆକାଶ ପାଠକ ଟାଟା ମୋଟର୍ସର ଏମଡି ନଥିଲେ । ଚାକିରି କରେଇଦେବା ନାଁରେ ସେ ଅନେକ ଜଣଙ୍କୁ ଠକିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଏନେଇ ସେପଟେମ୍ବର ୨୩ରେ କମ୍ପାନୀ ପକ୍ଷରୁ ମାମଲା ମଧ୍ୟ ରୁଜୁ କରାଯାଇଥିଲା ।ଆଜି ଏସ୍‌ଆଇଟିର ୧୨ଟି ଟିମ୍ ରାଜଗାଙ୍ଗପୁର, ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ, କୋରାପୁଟ, ବ୍ରହ୍ମପୁର ଓ ଭୁବନେଶ୍ବରର ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ।

Comments (0)
Add Comment