ପ୍ରଚାର ସରିଲେ ଗାଁ ଛାଡ଼ିବେ ନେତା, ଷ୍ଟ୍ରଙ୍ଗ ରୁମରେ ଲାଗିବ ସିସିଟିଭି

ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନଙ୍କ ବୈଠକ। ଚୁଡାନ୍ତ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି କମିଶନ। ନିର୍ବାଚନ କମିଶନଙ୍କ କହିଛନ୍ତି ଯେ, ପ୍ରଚାର ସରିବା ପରେ ରାଜନୈତିକ ଦଳର ଲୋକ କିମ୍ବା ଅନ୍ୟ ଅଞ୍ଚଳର ଲୋକ ସ୍ଥାନୀୟ ଅଞ୍ଚଳରେ ରହି ପାରିବେନି। ୧୪ ତାରିଖ ୭ଟା ପରେ କେହିବି ରହିପାରିବେନି। ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ଲାଉଡ଼ ସ୍ପିକର ବନ୍ଦ କରାଯିବ। ସେହି ଅଞ୍ଚଳକୁ ଖାଲି କରାଯିବ। ପ୍ରଥମ ପର୍ୟ୍ୟାୟ ୧୬ ତାରିଖରେ ୩୦ ଜିଲ୍ଲା ୭୧ ବ୍ଲକ ୨୦୦ ଜିଲ୍ଲା ପରିଷଦ, ୧୬୬୯ ପଞ୍ଚାୟତ, ୨୨ ହଜାର ୩୭୯. ୱାର୍ଡ ମେମ୍ବର୍ ପାଇଁ ହେବ ନିର୍ବାଚନ । ୬୭.୫୧ ଲକ୍ଷ ଭୋଟର ମତଦାନ କରିବେ ।
ଏଥିପାଇଁ ୧୪ ଓ ୧୫ ତାରିଖରେ ପୁଲିଂ ଅଧିକାରୀ ମତଦାନ କେନ୍ଦ୍ରରେ ପହଂଚିବେ । ସିସିଟିବିରେ ଷ୍ଟ୍ରଙ୍ଗ ରୁମ୍ ଉପରେ ନଜର ରଖାଯିବ । କେତେକ ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି, ସେହି ସବୁ ବୁଥରେ ଅଧିକ ପୁଲିସ ମୁତୟନ କରାଯିବ ।

Comments (0)
Add Comment