ବାଘଛାଲ ବିକ୍ରି ପାଇଁ ଡିଲ ବେଳେ ଚଢଉ

ବାଘଛାଲ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ବନ ବିଭାଗର ଚଢଉ । ଦେବଗଡ ବନଖଣ୍ଡ ରିଆମାଳ ଫରେଷ୍ଟରେଂଜ ବ୍ରାହ୍ମଣିପାଲ ଗାଁ ନିକଟରେ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ବନ ବିଭାଗ ଚଢଉ କରିଥିଲା । ପାଣ୍ଡବ ପ୍ରଧାନଙ୍କ ଘରେ ଡିଲ୍ ଚାଲିଥିବା ବେଳେ ଚଢାଉ କରିଥିଲା ବନବିଭାଗର ସ୍ପେଶାଲ ସ୍କ୍ୱାର୍ଡ । ପାଣ୍ଡବ ପ୍ରଧାନ ଓ କୁଶକଲିଆ ଗାଁର ୫୫ ବର୍ଷୀୟ ପ୍ରହଲ୍ଲାଦ ପରିଡ଼ାଙ୍କୁ ଗିରଫ କରାଯାଇଛି । ଅନ୍ୟ କିଛି ଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି । ପାଇଖାନାରେ ଲୁଚାଇ ରଖିଥିଲେ ବାଘ ଛାଲ ।

Comments (0)
Add Comment