ସୋମବାରରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ

ରାଜ୍ୟରେ ବନ୍ଦ ହେବ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ । ସୋମବାରଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ସ୍ଥଗିତ ରଖିବ । ଏହା ସହ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ରହିଛି । ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖି ଅବଗତ କରିଛନ୍ତି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁ ଓ ସାପ୍ତାହିକ ସଟଡାଉନ୍ ଭଳି ପଦକ୍ଷେପ ନେବା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ୧୯ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । କେବଳ ଏତିକି ନୁହେଁ ବରଂ ଠିକ ସମୟରେ ସିଲାବସ୍ ସାରିବାକୁ ଅନଲାଇନ ଜରିଆକେ କ୍ଲାସ ପରାମର୍ଶ ଦିଆଯାଇଛି। ସମସ୍ତ ଉଚ୍ଚ ଶିକ୍ଷା ଅନୁଷ୍ଠାନ ୫୦% କର୍ମଚାରୀଙ୍କୁ ନେଇ ଚାଲିବ, ଏନେଇ ସବୁ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ଚିଠି ଜାରି ହୋଇଛି। ରୋଟେସନ ଭିତ୍ତିରେ ଶୈକ୍ଷିକ ଓ ପ୍ରଶାସନିକ କାର୍ୟ୍ୟ ହେବ। ଶିକ୍ଷକମାନେ ଅନଲାଇନରେ କ୍ଲାସ ନେବେ । ଯେଉଁମାନେ ଅଫିସ ନ ଆସିବେ ଘରେ ରହି କାମ କରିବେ। ଜରୁରୀ ଆବଶ୍ୟକତା ପଡିଲେ, ଯେଉଁମାନେ ଘରେ ରହି କାମ କରୁଛନ୍ତି, ସେମାନଙ୍କୁ ଡକା ଯାଇ ପାରିବ।

ସେହିପରି ଏପ୍ରିଲ ୧୯ରୁ ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍ପୋର୍ଟସ ହଷ୍ଟେଲ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ପୋର୍ଟସ ହଷ୍ଟେଲ ବନ୍ଦ ନିଷ୍ପତ୍ତି ନିଆଯାଇଛି । କରୋନା ସ୍ଥିତି ନସୁଧୁରିବା ଯାଏଁ ସ୍ପୋର୍ଟସ ହଷ୍ଟେଲ ବନ୍ଦ ରହିବ । କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

Comments (0)
Add Comment