ଦେଶୀ ବନ୍ଧୁକ କାରଖାନା ଠାବ

ଦେଶୀ ବନ୍ଧୁକ କାରଖାନା ଠାବ । ପରଜଙ୍ଗ ଥାନା ବାମ ଗାଁରେ ତିଆରି ହେଉଛି ବେଆଇନ ବନ୍ଧୁକ । ଏକ ବିଶେଷ ସୁତ୍ରରୁ ଖବର ପାଇ ବାମ ଗାଁ ଭୁତୁଭୁତିଆ ସାହିର ମଙ୍ଗୁଲୁ ମହାରଣାଙ୍କ ଘରେ ଚଢାଉ କରିଥିଲା ପୋଲିସ । ସେଠାରୁ ଅଧା ତିଆରି ହୋଇଥିବା ବନ୍ଧୁକ ଓ ବନ୍ଧୁକ ତିଆରି ଯନ୍ତ୍ରପାତି ଜବତ କରାଯାଇଛି ।
କାରଖାନା ଚଳାଉଥିବା ମଙ୍ଗୁଲୁ ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି କାରଖାନାରେ ବନ୍ଧୁକ ତିଆରି କରି ସେ ବାହାରେ ବିକ୍ରି କରୁଥିବା ଜଣାପଡ଼ିଛି । ଚଢ଼ଉ ସମୟରେ ସେଠାରୁ ୩ଟି ଦେଶୀ ବନ୍ଧୁକ ସହିତ ୯ଟି ଖୋକା ଓ ୩୭ଟି ସୀସାରେ ତିଆରି ଗୁଳି ଜବତ କରିଥିଲେ । ଏହି କାରଖାନାରେ ବନ୍ଧୁକ ତିଆରି କରି ସେ ବାହାରେ ବିକ୍ରି କରୁଥିବା ଜଣାପଡ଼ିଛି ।

Comments (0)
Add Comment