୧୭ ଜୁନ୍‌ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ

କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପୁଣି ବଢ଼ାଇଲେ ଲକଡାଉନ କଟକଣା । ଆସନ୍ତା ଜୁନ୍‌ ୧୭ ତାରିଖ ସକାଳ ୫ଟା ପର୍ୟ୍ୟନ୍ତ ଲକଡାଉନ୍‌ ବଢାଇଛନ୍ତି ସରକାର । ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଏନେଇ ଘୋଷଣା କରିଛନ୍ତି । ଜୁନ ୧ ତାରିଖ ସକାଳେ ଶେଷ ହେବାକୁ ଥିଲା ଲକ୍‌ଡାଉନ୍‌ । ହେଲେ କରାନା ସଂକ୍ରମଣ ରାଜ୍ୟରେ ଏବେ ବି ଉପରମୁହାଁ ଥିବା ବେଳେ ପୁଣି ୧୬ ଦିନ ଲକ୍‌ଡାଉନ ବଢ଼ାଇଲେ ସରକାର।

କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ପୁଣି ଆଜିଠୁ ଆଉଥରେ ବଢ଼ିଲା ଲକ୍‌ଡାଉନ୍‌। ଜୁନ୍‌ଠାରୁ ୧୭ ଜୁନ ସକାରଳ ୫ଟା ପର୍ୟ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍। ପୂର୍ବପରି ସବୁଠି କଡ଼ା କଟକଣା ଜାରି ରହିବ। ଅତ୍ୟାବଶ୍ୟକ ସେବା ବ୍ୟତିତ ଅନ୍ୟ ସବୁକିଛି ବନ୍ଦ ରହିଛି। ଏହି ସମୟରେ ସପ୍ତାହାନ୍ତ ସଟ୍‌ଡାଉନ୍ ବି ଲାଗୁ ହେବ। ଲକ୍‌ଡାଉନ୍ ସମୟରେ ସ୍ୱାସ୍ଥ୍ୟସେବା ଓ ଜରୁରୀ ସେବାକୁ ଅନୁମତି ମିଳିଛି। ଲକ୍‌ଡାଉନ୍ ସମୟରେ ଟିକାକରଣ ସହ ଜରୁରୀକାଳୀନ ସେବା ଜାରି ରହିବ। ମେ ୫ ତାରିଖରୁ ଲକଡାଉନ୍‌ ରାଜ୍ୟରେ ରହିଛି।

ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନି। ବାତ୍ୟା ଯୋଗୁଁ ଟେଷ୍ଟିଂ କମିଥିବାରୁ ସଂକ୍ରମିତ ସଂଖ୍ୟାରେ ହ୍ରାସ ଘଟିଛି। ଆଜି ରାଜ୍ୟରେ ୯୫୪୧ କରୋନା ଆକ୍ରାନ୍ତ ଚିହ୍ନିତ ହୋଇଛନ୍ତି। ମେ ୨୨ ତାରିଖକୁ ଆମ ରାଜ୍ୟ ପାଇଁ ପିକ ବୋଲି ଧରିବାକୁ ହେବ ବୋଲି ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

Comments (0)
Add Comment