ଲକ୍‌ଡାଉନରେ ମାତିଲେ ଲୁଟେରା

ଲକ୍‌ଡାଉନ କଟକଣା ଭିତରେ ମାତିଛନ୍ତି ଲୁଟେରା । ମହିଳାଙ୍କ ବେକ କାଟି ଲୁଟ ଉଦ୍ୟମ । ରାଜଧାନୀରେ ବିଚ ରାସ୍ତା ଉପରେ ଘଟିିଛି ଏଭଳି ଅଭାବନୀୟ ଘଟଣା । ଭୁବନେଶ୍ବର ନୟାପଲ୍ଲୀ ଭିଆଇପି ରୋଡ଼ରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ସିସିଟିଭିରେ ମଧ୍ୟ ଏହି ଲୁଟର ଲାଇଭ୍ ଦୃଶ୍ୟ କଏଦ ହୋଇଛି । ତେବେ ମହିଳା ଜଣକ ଅଳ୍ପକେ ବର୍ତିଯାଇଥିବା ବେଳେ ହସ୍ପିଟାଲରେ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁସାରେ ମହିଳା ଜଣକ ସକାଳୁ ପରିବା ଆଣିବା ପାଇଁ ଯାଉଥିଲେ । ଏହି ସମୟରେ ତାଙ୍କୁ ଦୁର୍ବୁତ୍ତ ଏକୁଟିଆ ଦେଖି ଧାରୁଆ ଛୁରୀରେ ଆକ୍ରମଣ କରି ଲୁଟ କରିବା ପାଇଁ ଚେଷ୍ଟା କରିଥିଲା । ଧାରୁଆ ଛୁରୀରେ ଆକ୍ରମଣ କରି ମହିଳାଙ୍କ ତଂଟି କାଟିଦେଇଥିଲେ । ଯାହାଫଳରେ ମହିଳା ଜଣକ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ନୟାପଲ୍ଲୀସ୍ଥିତ ଏକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ମହିଳା ।

ଲକଡାଉନ ପାଇଁ ରାସ୍ତାଘାଟ ଶୂନଶାନ ରହୁଛି । ଆଉ ଏହାର ସୁଯୋଗ ନେଇ ଲୁଟେରା ମାନେ ଏକୁଟିଆ ଲୋକଙ୍କୁ ଦେଖି ଲୁଟ କରିବାକୁ ଉଦ୍ୟମ କରୁଛନ୍ତି । ତେଣୁ ପୁଲିସ ପକ୍ଷରୁ ଚେକିଂ କଡାକଡି କରାଯିବା ଆବଶ୍ୟକ ।

Comments (0)
Add Comment