ତେଲ ସହ ତାଳ ଦେଇ ବଢୁଛି ଗ୍ୟାସ ଦର..୨ ମାସରେ ବଢିଲା ୨୦୦ ଟଙ୍କା

ଦେଶରେ ପେଟୋଲ ଓ ଡିଜେଲର ଦର ବଢି ଚାଲିଥିବା ସମୟରେ ଏଲପିଜିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଦେଶରେ ପୁଣି ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛିା ତୈଳ କମ୍ପାନୀଗୁଡିକ ରିଫିଲ ପିଛା ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରିଛନ୍ତି । ଗତ ଦୁଇ ମାସ ମଧ୍ୟରେ ଏଲପିଜିର ସିଲିଣ୍ଡର ପିଛା ଦରରେ ୨୦୦ ଟଙ୍କାର ମୂଲ୍ୟ ବୃଦ୍ଧି ଘଟିଛି। ଏହି ନୂତନ ବର୍ଦ୍ଧିତ ଦର ଲାଗୁ ହୋଇଯିବା ପରେ ରାଜଧାନୀ ଭୁବନେଶ୍ୱରର ପରିବାରଗୁଡିକ ପାଇଁ ଏବେ ୧୪.୨ କେଜି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୨୦ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି।

ଭୁବନେଶ୍ୱରରେ ୧୪.୨ କେଜି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ୭୯୫ ଟଙ୍କା ୫୦ ପଇସା ଥିଲା। ଚଳିତ ଫେବ୍ରୁଆରି ମାସରେ ରାଜ୍ୟରେ ଏଲପିଜି ସିଲିଣ୍ଡର ମୂଲ୍ୟରେ କ୍ରମାଗତ ଭାବେ ଏହାକୁ ମିଶାଇଲେ ତୃତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି ଘଟିଛି । ଜାନୁଆରୀରେ ସବସିଡିଯୁକ୍ତ ଏଲପିଜିର ମୂଲ୍ୟ ୬୯୪ ଟଙ୍କା ରହିଥିଲା । ଫେବୃଆରୀ ଆରମ୍ଭରେ ଘରୋଇ ଗ୍ୟାସର ମୂଲ୍ୟ ବୃଦ୍ଧି ହୋଇନଥିଲା ଏବଂ ଏହା କେବଳ ପୁରୁଣା ମୂଲ୍ୟରେ ଉପଲବ୍ଧ ହେଉଥିଲା । ତେବେ ଫେବୃଆରୀ ମାସରେ ଗ୍ୟାସ ସିଲିଣ୍ଡର ମୂଲ୍ୟ ଆଜିକୁ ମିଶାଇ ୩ ଥର ବୃଦ୍ଧି କରାଯାଇଛି । ଫେବୃଆର ୪ ତାରିଖରେ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ୨ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଫେବୃଆର ୨୪ରେ ପୁଣି ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଆଜି ତୃତୀୟ ଥର ପାଇଁ ୨୫ ଟଙ୍କା ବୃଦ୍ଧି କରାଯାଇଛି ।

ଆଜିର ମୂଲ୍ୟବୃଦ୍ଧି ପରେ ଏବେ କୋଲକାତାରେ ଏଲପିଜି ସିଲିଣ୍ଡରର ନୂତନ ମୂଲ୍ୟ ୮୨୦ ଟଙ୍କା ହୋଇଛି। ପୂର୍ବରୁ ଏହା ୭୯୫ ଥିଲା। ସେହିପରି ମୁମ୍ବାଇରେ, ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୭୯୪ ଟଙ୍କା, ଚେନ୍ନାଇରେ ୮୧୦ ଟଙ୍କା ଓ ହାଇଦ୍ରାବାଦରେ ଏହା ୮୨୧ ଟଙ୍କ ୫୦ ପଇସା ହୋଇଛିି।

Comments (0)
Add Comment