ବଢିବ କି ଲକଡାଉନ ଅବଧି?

ରାଜ୍ୟରେ ଆଉ ବଢିବ କି ତାଲାବନ୍ଦ ଅବଧି? ଦେଶରେ କରୋନା ସଂକ୍ରମଣ ଯେଉଁ ହାରର କମୁଛି ଓଡିଶାରେ ସେହି ହାରରେ କମୁନି ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ବି ଦୈନିକ ୧୦ ହଜାର ପାଖାପାଖି ସଂକ୍ରମିତଙ୍କ ସଂଖ୍ୟା ରହୁଛି । ୧୪ ପ୍ରତିଶତ ଉପରେ ସଂକ୍ରମଣ ହାର ରହୁଛି । ଆଜି ଅପରାହ୍ନ ସାଢେ ୪ଟାରେ ସ୍ୱାସ୍ଥ୍ୟବିଭାଗ ଏସିଏସ ପ୍ରେସ ବାର୍ତା ଦେବେ । ତେବେ ଲକଡାଉନର ପରବର୍ତୀ କାର୍ଯ୍ୟପନ୍ଥା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ରାଜ୍ୟରେ ଏବେ ବି ସଂକ୍ରମଣ ଉପରମୁହାଁ । ପୁଣି ଆଗକୁ ଯେହେତୁ ସାବିତ୍ରୀ ବ୍ରତ, ଶୀତଳ ଷଷ୍ଠୀ ଏବଂ ରଜ ପର୍ବ ଥିବାରୁ ଜନ ଗହଳି ବଢ଼ିବାର ଆଶଙ୍କା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକଡାଉନ ଅବଧି ବୃଦ୍ଧି କରାଯାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ପ୍ରଶାସନ କିଭଳି ନିଷ୍ପତି ନେବ ତା ଦେଖିବାକୁ ବାକି ରହିଛି ।

ଦେଶର ୮୦ ପ୍ରତିଶତ ଅଞ୍ଚଳ ଏବେ ତାଲା ବନ୍ଦ ଥିବା ବେଳେ ୩ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଲକ ଡାଉନକୁ ବଢ଼ାଇବା ପାଇଁ ନିଷ୍ପତି ନେଇଛନ୍ତି । ଦିଲ୍ଲୀରେ କଟକଣା ସାମାନ୍ୟ କୋହଳ ହେବା ସହ ଜୁନ ୭ ତାରିଖ ସକାଳ ୫ଟା ଯାଏଁ ଲକ୍ଡାଉନକୁ ବଢ଼ାଇ ଦିଆଯାଇଛି । ସେହିପରି କେରଳ ମୁଖ୍ୟମନ୍ତ୍ରୀ ଜୁନ ୯ ତାରିଖ ଯାଏଁ ରାଜ୍ୟବ୍ୟାପି ତାଲାବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଡୁଚେରୀ, ମେଘାଳୟ ଓ ହିମାଂଚଳ ପ୍ରଦେଶରେ ମଧ୍ୟ ତାଲାବନ୍ଦକୁ ବୃଦ୍ଧି କରାଯାଇଛି ।

Comments (0)
Add Comment