ମଧ୍ୟପ୍ରଦେଶ ଭୋପାଳରେ ଦୁଃଖଦ ଘଟଣା। କମଳା ନେହରୁ ହସ୍ପିଟାଲ ଶିଶୁ ବିଭାଗରେ ଅଗ୍ନିକାଣ୍ଡ । ଶିଶୁ ବିଭାଗରେ ନିଆଁ ଲାଗି ଯିବାରୁ ୪ ଜଣ ଶିଶୁଙ୍କର ଜୀବନ ଯାଇଛି । ୩୬ ନବଜାତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ଜଣାପଡ଼ିବା ପରେ ହସ୍ପିଟାଲ କର୍ତୃପକ୍ଷ ୱାର୍ଡରେ ପହଂଚିଥିଲେ । ତୁରନ୍ତ ଶିଶୁଙ୍କୁ ଅନ୍ୟ ଏକ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ଏଠାରେ ଥିବା ୪୦ ଜଣ ଶିଶୁଙ୍କ ମଧ୍ୟରୁ ୩୬ ଜଣଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କୁ ଅନ୍ୟ ଓ୍ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଜାଣିବା ପରେ ଦୁଃଖପ୍ରକାଶ କରିବା ସହ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ପୂର୍ବତନ ମନ୍ତ୍ରୀ କମଲ ନାଥ ଘଟଣା ନେଇ ଦୁଃଖପ୍ରକାଶ କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ । ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ପ୍ରଦାନ କରାଯାଇଛି ।