ପୁଣି ଥରେ ଏକ ଦୁଃଖଦ ଖବର ବଲିଉଡକୁ ଦୋହଲାଇ ଦେଇଛି। ଆଖି ବୁଜିଲେ ବି.ଆର ଚୋପ୍ରାଙ୍କ ପପୁଲାର ସିରିଏଲ ମହାଭାରତର ଭୀମ ଅଭିନେତା ପ୍ରବୀଣ କୁମାର ସୋବତି । ଦୀର୍ଘ ଦିନ ହେଲା ଅସୁସ୍ଥ ଥିବା ପ୍ରବୀଣ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ମୁତାବକ, ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ । ଏହାସହ ଆର୍ଥିକ ଦୂରାବସ୍ଥା ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ।
ମହାଭାରତରେ ଭୀମ ରୋଲ୍ ପାଇଁ ଘରେ ଘରେ ପରିଚିତ ଥିବା ପ୍ରବୀଣ ଅଭିନୟରେ ପାଦ ଦେବା ପୂର୍ବରୁ ଜଣେ ଆଗଧାଡ଼ିର ଆଟଲେଟ ମଧ୍ୟ ଥିଲେ। ପଞ୍ଜାବରେ ଜନ୍ମ ଗ୍ରହଣ କରିଥିବା ପରବୀନ ୧୯୬୦ରୁ ୭୦ ମଧ୍ୟରେ ସେ ଜଣେ ଆଗଧାଡ଼ିର ଆଟଲେଟ ଥିବା ବେଳେ ଏସିଆମ ଗେମ୍ସରେ ୪ଟି ମେଡାଲ ଜିତିଥିଲେ। ସେଥି ମଧ୍ୟରୁ ୨ଟି ସ୍ୱର୍ଣ୍ଣ , ଗୋଟିଏ ବ୍ରୋଞ୍ଜ ଓ ଅନ୍ୟ ଏକ ସିଲିଭର ମେଡାଲ ଥିଲା। ଏଥିନିମନ୍ତେ ଅର୍ଜୁନ ପୁରସ୍କାରରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା।
ବିଆର ଚୋପ୍ରା ନିଜ ‘ମହାଭାରତ’ ସିରିଏଲର ଭୀମ ଚରିତ୍ର ନିମନ୍ତେ ଜଣେ ଡେଙ୍ଗା ତଥା ବଳିଷ୍ଠ କଳାକାର ଖୋଜୁଥିଲେ। ଏହା ଜାଣି ୧୯୮୬ ମସିହାରେ ପରବୀନ ବିଆର ଚୋପ୍ରାଙ୍କୁ ଦେଖା କରିବା ପରେ ଭୀମ ରୋଲ୍ ପାଇଁ ସେ ହିଁ ଫାଇନାଲ ହୋଇଗଲେ। ଭୀମ ରୋଲ କରି ଘରେ ଘରେ ପରିଚିତ ହେବା ପରେ ପ୍ରବୀଣ ବଲିଉଡରେ ବି ନିଜ ଭାଗ୍ୟ ଚମକାଇବାକୁ ଚେଷ୍ଟା କରିଥିଲେ ଏହାପରେ ସେ ଅମିତାଭ ବଚ୍ଚନ ଷ୍ଟାରର ଶେହନଶାହ, କରିସ୍ମା କୁଦରତ କା, ଯୁଦ୍ଧ, ଜବରଦସ୍ତ, ସିଂହାସନ, ଖୁଦଗର୍ଜ, ଲୋହା, ମୋହବତକେ ଦୁଶମନ, ଇଲାକା ଆଦି ବହୁ ଚଳଚିତ୍ରରେ ସେ ପାର୍ଶ୍ୱ ରୋଲ୍ରେ ଅଭିନୟ କରିଛନ୍ତି। ଏହାବାଦ ବହୁ ସିରିଏଲରେ ବି ସେ ନଜର ଆସିଛନ୍ତି । ହେଲେ ମୁଖ୍ୟତଃ ତାଙ୍କ ବଡିଗାର୍ଡ ତଥା ପାର୍ଶ୍ୱ ରୋଲ୍ରେ ହିଁ ନିର୍ମାତାମାନେ ନେଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ପରବୀନ ।