ମାହାଙ୍ଗା ଡବଲ ମର୍ଡର ଘଟଣା । ଜେଏମ୍ଏଫସି କୋର୍ଟରେ ହାଜର ହେଲେ ଥାନା ମାହାଙ୍ଗା ଥାନା ଆଇଆଇସି । କୋର୍ଟଙ୍କ ନିର୍ଦ୍ଦେଶରେ ହାଜର ହୋଇଛନ୍ତି ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାର ଅପ-ଟୁ-ଡେଟ୍ କେସ ଡାଏରୀ ସହିତ ସିଡିଆର ସଂଗ୍ରହ ଏବଂ ସଂରକ୍ଷଣ ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଜଣାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଡିସେମ୍ବର ୧୦ ତାରିଖ ଅର୍ଥାତ ଆଜି ସକାଳ ସାଢେ ୧୦ଟା ସୁଦ୍ଧା ହାଜର ହୋଇ ରିପୋର୍ଟ ଦାଖଲ ନକଲେ ଶାସ୍ତିମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ ଚେତାବନୀ ଦେଇଥିଲେ । ହାଜର ପରେ ଆଇଆଇସି କହିଛନ୍ତି,କୋର୍ଟରେ ଯାହା ଦେବା କଥା ଦେଇଛି ।