ମାହାଙ୍ଗା ଡବଲ ମର୍ଡର ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ…ଦୁର୍ଘଟଣା ନା ହତ୍ୟା ଉଠିଲା ପ୍ରଶ୍ନ?

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳଙ୍କ ମୃତୁୃ୍ୟ ହୋଇଛି । ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ପ୍ରାୟ ମାସେ ହେବ ପୁଲିସ ଖୋଜିକି ପାଉନଥିଲା । ସେ ଫେରାର ଥିବା ବେଳେ ହଠାତ ସନ୍ଦେହଜନକ ଭାବେ ତାଙ୍କ ମୃତଦେହ ମିଳିଛି । କଟକର ଟାଙ୍ଗୀ ଅଂଚଳର ନିର୍ମାଣଧୀନ ଟୋଲ ଗେଟ ନିକଟରୁ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହା ଦୁର୍ଘଟଣା ନା ହତ୍ୟା ତାକୁ ନେଇ ପ୍ରଶ୍ନ ଉଠିଛି ।

ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳ ଏତେ ଦିନ ହେବ ଫେରାର ଥିବା ବେଳେ ଟାଙ୍ଗୀ ଟୋଲ ଗେଟ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଯେଉଁ ସବୁ ଅଂଚଳରେ ପୁଲିସ ତାଙ୍କୁ ଖୋଜୁଥିଲା କେମିିତି ସେହି ଅଂଚଳରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ତାକୁ ନେଇ ପ୍ରଶ୍ନ ଉଠିଛି । ଅତି ବୀଭତ୍ସ ଭାବରେ ପ୍ରଫୁଲ୍ଲଙ୍କ ମୃତଦେହ ଉଦ୍ଧାର ହୋଇଛି । ଶରୀରର ବିଭିନ୍ନ ଭାଗରୁ ମାଂସ ବାହାରିପଡିଛି । ଖଣ୍ଡ ବିଖଣ୍ଡିତ ହୋଇଯାଇଛି ଶରୀର ।

ତେବେ ପ୍ରଫୁଲ୍ଲଙ୍କ ମୃତଦେହ ମିଳିବା ପରେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା କହିଛନ୍ତି, ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ସେ ଅନେକ କିଛି କଥା ଜାଣିଥଇଲେ । କାଳେ ସେ ପ୍ରଘଟ କରାଯିବେ ତେଣୁ ତାଙ୍କୁ ବିଧିବଦ୍ଧ ଭାବେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ବୋଲି ପ୍ରକାଶ ବେହେରା କହିଛନ୍ତି । ସେହିପରି ପ୍ରଫୁଲ୍ଲ ବିଶ୍ୱାଳଙ୍କ ମାଆ କହିଛନ୍ତି, ତାଙ୍କ ପୁଅକୁ ମିଛ ମାମଲାରେ ଫସେଇଦିଆଯାଇଛି । ଏବଂ ତାଙ୍କୁ ମାରିଦିଆଯାଇଛି ବୋଲି ସେ କହିଛନ୍ତି ।

ଜାନୁୟାରୀ ୨ ତାରିଖରେ ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ଅଭିଯୁକ୍ତ ଥିଲା ମୃତକ ପ୍ରଫୁଲ୍ଲ ବିଶ୍ୱାଳ । ଦୁବୃର୍ତ ଅଚାନକ୍ ଆକ୍ରମଣ କରିବାରୁ ରାସ୍ତା ଉପରେ ପଡ଼ିଯାଇଥିଲେ, କୁଳମଣି ଏବଂ ତାଙ୍କ ସହଯୋଗୀ । ଦୁଇ ଜଣ ଯାକ ତଳେ ପଡ଼ିଯିବା ପରେ ଉଭୟଙ୍କ ମୁହଁ ଓ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲେ ଦୁର୍ବୃତ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଜଣଙ୍କୁ ମାହାଙ୍ଗା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ କୂଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସଂକଟାପନ୍ନ ଅବସ୍ଥାରେ ଦିବ୍ୟସିଂହଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା, ହେଲେ ସେଠି ତାଙ୍କୁ ବି ମୃତ ଘୋଷଣା କରିଥିଲେ ଡାକ୍ତର ।

Comments (0)
Add Comment