ମାହାଙ୍ଗା ପ୍ରଶ୍ନର ମହଙ୍ଗା ଜବାବ

ମାହାଙ୍ଗା ଡବଲ ମର୍ଡରକୁ ନେଇ ରାଜନୀତି ସରୁନି । ମାହାଙ୍ଗାର ନୃତାଙ୍ଗ ଗାଁକୁ ଯାଇ ମୃତ କୁଳମଣି ବରାଳଙ୍କ ପରିବାରବର୍ଗକୁ ଭେଟିଛନ୍ତି ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ । ପରିବାର ଲୋକଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୁରନ୍ଦେଶ୍ୱରୀ । ସେପଟେ ବିଜେପି ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ପ୍ରେସମିଟର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ।

ଦୁର୍ନୀତି ମାମଲାରେ ମୁହଁ ଖୋଲିବାରୁ କୁଳମଣି ଓ ଦିବ୍ୟସିହ ବରାଜଙ୍କୁ ହତ୍ୟା କରଯାଇଥିବା ପୁରନ୍ଦେଶ୍ୱରୀ ଅଭିଯୋଗ କରିଛନ୍ତି । ଏଫାଇଆରରେ ମନ୍ତ୍ରୀଙ୍କ ନାଁ ଥିଲେ ବି କାହିଁକି ଗିରଫ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି । ଏହା ଉପରେ ନଜର ପକାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟରେ ମହିଳା ଅତ୍ୟାଚାର ଓ ଶିଶୁ ନିର‌୍ୟାତନା ବଢିଛି ବୋଲି କହିଛନ୍ତି ପୁରନ୍ଦେଶ୍ୱରୀ ।

ସେପଟେ ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର ପୁରନ୍ଦେଶ୍ୱରୀଙ୍କ କଡ଼ା ଜବାବ ଦେଇଛନ୍ତି ।ବିଜେଡି ସରକାର ହିଂସା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରେ । ଏହା ପୁରନ୍ଦେଶ୍ୱରଙ୍କୁ ଜଣାନାହିଁ । ହିଂସାକାରୀ, ଦୋଷୀଙ୍କ ବିରୋଧରେ ସରକାର କଡ଼ା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ସେଥିପାଇଁ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ସଫଳତାର ସହ ବିଜେଡି ପଞ୍ଚମଥର ପାଇଁ ସରକାର ଗଢ଼ିଛି ।ହତ୍ୟାକାଣ୍ଡର ୪୮ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଅସ୍ତ୍ରଶସ୍ତ୍ର ସହ ଗିରଫ କରାଯାଇଛି । ଏହା ବୋଧେ ମାଡାମ ପୁରନ୍ଦେଶ୍ୱରୀଙ୍କୁ ଜଣାନାହିଁ ବୋଲି କହିଛନ୍ତି ସସ୍ମିତ ।

Comments (0)
Add Comment