ମୁମ୍ବାଇର ଭାଟିଆ ହସପିଟାଲ ନିକଟରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୋଆଲିଆ ଟ୍ୟାଙ୍କ ଏରିଆରେ ଥିବା କମଲା ବିଲଡିଂରେ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ମୁମ୍ବାଇର ଅଗ୍ନିଶମ ବହାନୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ୧୨ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଏହାକୁ ଲିଭେଲ଼-୩ ଅଗ୍ନିକାଣ୍ଡ ବୋଲି କହିଛି ଅଗ୍ନିଶମ ବିଭାଗ। ଆହତମାନଙ୍କୁ ଭାଟିଆ ହିପିଟାଲଳୁ ସ୍ଥାନାନ୍ତର କରାଯାଇଛି।
ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ସର୍ଟ ସର୍କିଟରୁ ଏପରି ଘଟଥିବା ଅନୁମାନ କରାଯାଉଛି ।