ଲାଗୁ ହୋଇପାରେ ଲକଡାଉନ! ସଂକେତ ପରେ ପ୍ରସ୍ତୁତି

ପୁଣି ଫେରିପାରେ ଲକଡାଉନ । ମହାମାରୀର ମହାବିପତ୍ତି ଭିତରେ ମହାରାଷ୍ଟ୍ରରେ ପୁଣି ହୋଇପାରେ ଲକଡାଉନ। କରୋନା ସ୍ଥିତି ସମୀକ୍ଷା ପରେ ଏଭଳି ସଙ୍କେତ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ଦିନରୁ ଲଗାତାର ମହାରାଷ୍ଟ୍ର ସର୍ବାଧିକ ସଂକ୍ରମିତ ରାଜ୍ୟ ହୋଇ ରହିଆସିଛି । କେହି କରୋନା କଟକଣାକୁ ମଧ୍ୟ କଡ଼ାକଡ଼ି ମାନୁନାହାନ୍ତି । ତେଣୁ ରାଜ୍ୟରେ ଆଉ ଥରେ ଲକଡାଉନ ଭଳି ପଦକ୍ଷେପ ନେବାକୁ ପ୍ରସ୍ତୁୂତ ରହିବାକୁ ଉଦ୍ଧବ ଠାକରେ ସରକାରୀ ଅଧିକାରୀଙ୍କୁ କହିଛନ୍ତି ।

ଦେଶରେ ଗୋଟିଏ ଦିନରେ ୬୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, କେବଳ ମହାରାଷ୍ଟ୍ରରୁ ୪୦ ହଜାର ୪୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାଦ ଦିନ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବିଭାଗ ବରିଷ୍ଠ ଅଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଲୋକମାନେ କରୋନା କଟକଣାକୁ ଠିକ୍‌ ଭାବେ ପାଳନ କରୁନାହାନ୍ତି । ଯାହା ଦ୍ୱାରା ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ନିୟମକୁ କଡ଼ାକଡି ପାଳନ କରିବା ପାଇଁ ରାଜ୍ୟରେ ପୁଣି ଥରେ ଲକ୍‌ଡାଉନ୍‌ ଭଳି କଟକଣା ଜାରି କରିବାକୁ ପଡିବ ବୋଲି ବୈଠକରେ ଆଲୋଚନା ହୋଇଛି ।

କରୋନା ଲକଡାଉନ ଯୋଗୁଁ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ସରକାର ସୁଧାରିବା ପାଇଁ ପ୍ରୟାସ ଜାରି ରଖିଥିବାବେଳେ ପୁଣି ଏକ ଲକଡାଉନକୁ ଶେଷ ବିକଳ୍ପ ବୋଲି କହୁଛନ୍ତି । ହେଲେ ହସ୍ପିଟାଲ ଗୁଡିକରେ ଯେଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି, ଏହାକୁ ଦେଖି ସଂକ୍ରମଣକୁ ରୋକିବା ଜରୁରୀ ହୋଇପଡିଛି । ରାଜ୍ୟରେ ବର୍ତ୍ତମାନ ୩ଲକ୍ଷ ୫୭ହଜାର ବେଡ଼୍‌ ଉପଲବ୍ଧ ରହିଛି । ଯେଉଁଥିରୁ ୧ଲକ୍ଷ ୭ହଜାରରେ ଆକ୍ରାନ୍ତ ଅଛନ୍ତି । ଲଗାତର ଭାରେ କରୋନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ।

Comments (0)
Add Comment