ମହାରାଷ୍ଟ୍ରରେ କରୋନା ସ୍ଥିତି ସଂଗୀନ ଥିବା ବେଳେ ମାଗଣା ଟିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କ୍ୟାବିନେଟ୍ ବୈଠକରେ ୧୮-୪୪ ବର୍ଷ ବୟସ୍କ ସମସ୍ତଙ୍କୁ ମାଗଣା ଭ୍ୟାକସିନ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି ।ମହାରାଷ୍ଟ୍ରେ ରାଜ୍ୟର ୧୮ ରୁ ୪୪ ବର୍ଷର ସମସ୍ତ ଲୋକଙ୍କୁ ମାଗଣାରେ କରୋନା ଟିକା ଦେବାକୁ ଘୋଷଣା କରିଛନ୍ତି ।
ମେ ପହିଲାରୁ ଦେଶରେ ୧୮ ବର୍ଷରୁ ୪୪ ବର୍ଷ ମଧ୍ୟରେ ସମସ୍ତ ନାଗରିକଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ।ଏହା ପୂର୍ବରୁ ଓଡିଶା ସମେତ ୧୯ଟି ରାଜ୍ୟ ୧୮ରୁ ୪୪ ବର୍ଷ ବୟସ୍କ ସମସ୍ତଙ୍କୁ ମାଗଣା ଭ୍ୟାକସିନ ଦିଆଯିବ ବୋଲି ଘୋଷଣା କକରିସାରିଛନ୍ତି । ଏହା ପରେ ମହାରାଷ୍ଟ୍ର ସରକାର ମାଗଣା ଟିକା ନେଇ ଆଜି ଘୋଷଣା କରିଛନ୍ତି ।
କରୋନା ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ଆଗରେ ରହିଛି ।ମହାରାଷ୍ଟ୍ର ବେକାବୁ ହୋଇପଡିଛି ସଂକ୍ରମଣ ।ପ୍ରତିଦନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧିପାଇବାରେ ଲାଗିଛି । ମହାରାଷ୍ଟ୍ରରେ ଗତ ୨୪ ଘଂଟା ମଧ୍ୟରେ ୮୯୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।