ଆଜି ମହାଶିବରାତ୍ରୀ । ମହାଦେବଙ୍କ ଲାଗି ମହା ଆରାଧନା ପାଇଁ ଚଳଚଞ୍ଚଳର ରହିଛି ରାଜ୍ୟର ବିଭିନ୍ନ ଶୈବ ପୀଠ। ତେବେ ମହାମାରୀ କରୋନା ପାଇଁ ରାଜ୍ର୍ୟର ବିିଭନ୍ନ ଶୈବପୀଠରେ କଟକଣା ଜାରି କରାଯାଇଛି । କଟକଣା ଭିତରେ ଭକ୍ତମାନେ ମନ୍ଦିର ପ୍ରବେଶ କରିବା ସହ ଭଗବାନଙ୍କ ଦର୍ଶନ କରୁଛନ୍ତି । କେତୋଟି ମନ୍ଦିରରେ କରୋନା କଟକଣା ସାମାନ୍ୟ କୋହଳ କରାଯାଇଥିବା ବେଳେ, କେତୋଟି ମନ୍ଦିରୋ ୧୪୪ ଧାରା ଜାରି କରାଯାଇଛି ।
ମହାପ୍ରଭୁ ଲିଙ୍ଗରାଜଙ୍କ ମଧ୍ୟରେ କରୋନା କଟକଣାରେ ପାଳନ ହେଉଛି ଜାଗର । ପୂର୍ବରୁ ଯାହା ନୀତିର୍ନିଘଂଟ ହୋଇଥିିଲା ସେହି ଅନୁଯାୟୀ ମହାଦୀପ ଉଠିବ ଏବଂ ଭକ୍ତମାନେ କରୋନା କଟକଣା ମାନି ମନ୍ଦିର ଭିତରେ ଦୀପ ଜାଳିବେ । ସେହିପରି ପୁରୀର ଲୋକନାଥ ପୀଠରେ କୋଭିଡ କଟକଣା ଭିତରେ ହେବ ଜାଗର ଯାତ୍ରା । ଲୋକନାଥ ପୀଠରେ ତିନିଦିନ ଧରି ଜାଗର ପର୍ବ ଅନୁଷ୍ଠିତ ହେବ । ଭିତରକାଠ ନିକଟରେ ଦର୍ଶନ ବ୍ୟବସ୍ଥା ହୋଇଛି । ତେବେ ଗମ୍ଭୀରା ଦର୍ଶନ ବନ୍ଦ କରାଯାଇଛି । ରାତି ୪ଟାରେ ଉଠିବ ଲୋକନାଥଙ୍କ ମହାଦୀପ । ଭକ୍ତଙ୍କୁ ଥର୍ମାଲ ଟେଷ୍ଟିଂ କରି ମନ୍ଦିର ଭିତରକୁ ଛଡାଯାଉଛି ।
ସେପଟେ କଟକର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ କିନ୍ତୁ ଏବର୍ଷ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବାରୁ ଭକ୍ତମାନେ ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ମନ୍ଦିର ଭିତରେ ଧବଳେଶ୍ୱରଙ୍କ ନୀତିକାନ୍ତି କିନ୍ତୁ ସ୍ୱାଭାବିକ ଭାବେ ଚାଲିଛି । ଏଠାରେ ରାତି ଗୋଟାଏରେ ଉଠିବ ମହାଦୀପ। ସେହିପରି ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ପୀଠରେ ବି ଏଥର ବିନା ଭକ୍ତରେ ଜାଗର ଯାତ୍ରା। ଗହଳି ଏଡ଼ାଇବାକୁ ଜାରି ହୋଇଛି ୧୪୪ ଧାରା। ଢେଙ୍କାନାଳର କପିଳାସ ପୀଠରେ ରାଜ୍ୟ ଓ ଜିଲ୍ଲା ବାହାର ଭକ୍ତଙ୍କୁ ବାରଣ କରାଯାଇଛି। କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଜିଲ୍ଲା ଭିତରର ଭକ୍ତ ମନ୍ଦିର ଭିତରକୁ ଯାଉଛନ୍ତି । ଏଠାରେ ଭୋର ସାଢେ ୪ଟାରେ ମହାଦୀପ ଉଠିବ।
ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ପୂଜାଚ୍ଚର୍ନା ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। କଟକର ପ୍ରସିଦ୍ଧ ପରମହଂସ ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ଲାଗି ଅନୁମତି ମିଳିଛି, ମାତ୍ର ସେଠାରେ ଦୀପ ଜାଳିବା ଲାଗି ଅନୁମତି ନ ଥିବା ହେତୁ ଭକ୍ତମାନଙ୍କ ଭିତରେ ଅସନ୍ତୋଷ ପରିଲକ୍ଷିତ ହୋଇଛି। ସେପଟେ କୋଣାର୍କର ବାବା ବାଲିକପିଶ୍ୱର ପୀଠରେ କୋଭିଡ କଟକଣା ମଧ୍ୟରେ ଜାଗର ଯାତ୍ରା ଚାଲିଛି । ଭୋର ୩ଟାରୁ ମହାପ୍ରଭୁଙ୍କ ସ୍ନାନ ମାର୍ଜନା, ସୂଯର୍ୟପୂଜା ଓ ବଲ୍ଲଭ ପରେ ଭୋର ୪ଟାରୁ ଦର୍ଶନ ଆରମ୍ଭ ହୋଇଛି । ସେହିପରି ଜାଗର ପାଇଁ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ପୀଠ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି । କରୋନା କଟକଣା ସହ ବାବା ଭୋଳାନାଥଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ସେହିପରି ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ନିକଟ କୁଟୁଣୀପଦର ଠାରେ ଥିବା କୋଟି ଶିବଲିଙ୍ଗ ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।