ରାଜ୍ୟରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା WODCର CEO ଭାବେ ନିଯୁକ୍ତ କରାଯାଇଛି । ସେହିପରି ମାଲକାନଗିରି ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଉଥିବା ଆଇଏସ୍ ଡ. ୱାଇ ବିଜୟଙ୍କୁ ବଦଳି କରାଯାଇଛି । ଟେଣ୍ଡର ଫିକ୍ସିଂକୁ ନେଇ ବିବାଦ ଘେରକୁ ଆସିଥିଲେ ମାଲକାନଗିରି ଜିଲ୍ଲାପାଳ । ତାଙ୍କ ସ୍ଥାନରେ ବିଶାଲ ସିଂଙ୍କୁ ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଡକ୍ଟର ୱାଇ ବିଜୟଙ୍କୁ ମିଳିଛି ପ୍ରାଣୀ ପାଳନ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ବରଗଡ଼ ଜିଲ୍ଲାପାଳ ଭାବେ ମୋନୀଷା ବାନାର୍ଜୀଙ୍କୁ ବଦଳି କରାଯାଇଥିବା ବେଳେ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ ଲିଙ୍ଗରାଜ ପଣ୍ଡାଙ୍କୁ ଦାୟିତ୍ୱ ମିଳିଛି । ସେହିପରି ଅବୋଲି ସୁନୀଲ ନରଭଣେଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ସୋମେଶ କୁମାର ଉପାଧ୍ୟାୟଙ୍କୁ କଳହାଣ୍ଡିର ପିଡି ଡିଆରଡିଏ ଭାବେ ମିଳିଛି ଦାୟିତ୍ୱ ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ଭାବେ ସୁରେଶ କୁମାର ବଶିଷ୍ଠଙ୍କୁ ଦାୟିତ୍ୱ ମିଳିଛି । ଭୁପେନ୍ଦ୍ର ସିଂ ପୁନିଆଙ୍କୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ମିଳିଥିବା ବେଳେ ଅନୁପମ ଶାହାଙ୍କୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ସେହିଭଳି ଅନ୍ୱେଷା ରେଡ୍ଡୀଙ୍କୁ ମୟୂରଭଞ୍ଜର ପିଡି ଡିଆରଡିଏ ଭାବେ ଦାୟିତ୍ୱ ମିଳିଥିବା ବେଳେ ଅଗ୍ରୱାଲ ଅକ୍ଷୟ ସୁନୀଲଙ୍କୁ ନବରଙ୍ଗପୁରର ଉପ-ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି ।