ମୋଦିଙ୍କ ବିରୋଧରେ ମମତା କରିବେ ମେଳି

ବିରୋଧୀ ନେତାଙ୍କୁ ଏକଜୁଟ କରୁଛନ୍ତି ମମତା । ବିଜେପି ବିରୋଧରେ ଏକ ହେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଣ ବିଜେପି ନେତାଙ୍କୁ ଆହ୍ୱାନ ଦେଇଛନ୍ତି। ବିଜେପି ବିରୋଧରେ ଏକଜୁଟ ହେବାକୁ ଏବଂ ଭାରତରେ ଗଣତନ୍ତ୍ର ରକ୍ଷା କରିବାକୁ ବିରୋଧୀ ଦଳର ବରିଷ୍ଠ ନେତାମାନଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି ଆହ୍ବାନ ଦେଇଛନ୍ତି।

କଂଗ୍ରେସର କାର୍ୟ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଶରଦ ପୱାର, ଉଦ୍ଧବ ଠାକରେ, ଅରବିନ୍ଦ କେଜ୍ରିୱାଲ, ନବୀନ ପଟ୍ଟନାୟକ, ଜଗନମୋହନ ରେଡ୍ଡୀ ଓ ଏମକେ ଷ୍ଟାଲିନ, ଫରୁଙ୍କ ଅବଦୁଲ୍ଲା, ମେହବୁବା ମୁଫତିଙ୍କୁ ଚିଠି ଲେଖିଛନ୍ତି ମମତା ବାନାର୍ଜୀ । ଏହି ଚିଠିରେ ମମତା ଲେଖିଛନ୍ତି କି ବିଜେପି ଯେଭଳି ଭାବେ ଲୋକତନ୍ତ୍ର ଉପରେ ଆକ୍ରମଣ କରିଚାଲିଛି ଏହା ବିରୋଧରେ ସଂଘର୍ଷ କରିବାର ସମୟ ଉପନିତ ହୋଇଛି । ସେ କହିଛନ୍ତି, ମୋର ଦୃଢ ବିଶ୍ୱାସ ଯେ ବର୍ତ୍ତମାନ ସମୟ ଆସିଯାଇଛି ବିଜେପିର ଗଣତନ୍ତ୍ର ଓ ସମ୍ବିଧାନ ଉପରେ ହମଲା ବିରୋଧରେ ଏକଜୁଟ ହେବା। ଚିଠିରେ ମମତା କହିଛନ୍ତି, ଯେଉଁଭଳି ବିଜେପି ଏନସିଆର ବିଲ ପାସ କରିବାକୁ ଚେଷ୍ଟା କରିଥିଲା ତା ବିରୋଧରେ ସ୍ୱର ଉଠାଇବା ଆବଶ୍ୟକ। ସେ କହିଛନ୍ତି ଯେ ବିଜେପି ଏକ ପ୍ରାଧିକରଣ ଦଳ ।

ମମତା ଏହି ଚିଠି ଏଭଳି ସମୟରେ ଲେଖିଛନ୍ତି ଯେତେବେଳେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଚାଲିଛି । ୭ ପୃଷ୍ଟା ବିଶିଷ୍ଟ ଏହି ଚିଠିରେ ଆହୁରି ଲେଖାଯାଇଛି କି ସମୟ ଆସିଛି ଲୋକତନ୍ତ୍ର ବିରୋଧୀ ବିଜେପି କୁ ଶାସନ କ୍ଷମତାରୁ ହଟାଇବାକୁ । ଏହା କରିବାକୁ ହେଲେ ସମସ୍ତ ବିରୋଧୀଦଳ ମାନଙ୍କୁ ଏକାଠି ହୋଇ ସଂଘର୍ଷ କରିବାକୁ ପଡିବ । ଯାହାଦ୍ୱାରା ଲୋକତନ୍ତ୍ର ଓ ସମ୍ବିଧାନକୁ ରକ୍ଷା କରାଯାଇପାରିବା ସହ ଲୋକମାନଙ୍କ ସାମ୍ନାରେ ଏକ ଶକ୍ତ ଓ ବିଶ୍ୱସନୀୟ ବିକଳ୍ପ ଠିଆ କରାଯାଇପାରିବ ।

୨୦୨୧ ମାର୍ଚ୍ଚ ୨୨ ରେ ଲୋକସଭା ଓ ମାର୍ଚ୍ଚ ୨୪ରେ ରାଜ୍ୟସଭାରେ ଏନସିଟି ବିଲ ପାରିତ କରାଯାଇଥିଲା। ଏହାପରେ ମାର୍ଚ୍ଚ ୨୮ ତାରିଖରେ ରାଷ୍ଟ୍ରପତି ଏହି ବିଲକୁ ମଞ୍ଜୁରୀ ଦେଇଥିଲେ । ଆଇନ ଅନୁଯାୟୀ, ଦିଲ୍ଲୀରେ ନିର୍ବାଚିତ ସରକାରଙ୍କ ଠାରୁ ଅଧିକ ଶକ୍ତି ଉପରାଜ୍ୟପାଳଙ୍କ ପାଖରେ ରହିବ । କୌଣସି କାର୍ୟ୍ୟକାରୀ ପଦକ୍ଷେପ ନେବା ପୂର୍ବରୁ ଦିଲ୍ଲୀ ସରକାରଙ୍କୁ ଉପରାଜ୍ୟପାଳଙ୍କ ପରାମର୍ଶ ନେବାକୁ ହେବ । ଏହି ଆଇନକୁ ବିରୋଧ କରି ଟିଏମସି ଅଧ୍ୟକ୍ଷ ମମତା ବାନାର୍ଜୀ ସମସ୍ତ ବିରୋଧୀ ନେତାଙ୍କୁ ଚିଠି ଲେଖିଛନ୍ତି ।

Comments (0)
Add Comment