ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ।ନିର୍ବାଚନ ପ୍ରଚାର ବେଳେ ମମତାଙ୍କ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡିଛି । ତେବେ ଏହା ପଛରେ ବିରୋଧୀଙ୍କ ଷଡଯନ୍ତ୍ର ରହିଛି ବୋଲି ମମତା ଅଭିଯୋଗ କରିଛନ୍ତି ।ମମତା ବାନାର୍ଜୀ କହିଛନ୍ତି, କିଛି ଯୁବକ ଜାଣିଶୁଣି ତାଙ୍କୁ ଆଘାତ କରିଛନ୍ତି । ତେବେ ସେ ଡରିନଯାଇ ନିର୍ବାଚନୀ ପ୍ରଚାର ଜାରି ରଖିବେ ବୋଲି କହିଛନ୍ତି । ନନ୍ଦିଗ୍ରାମରେ ମମତା ଆହତ ହୋଇଛନ୍ତି । ସେ ଏନେଇ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହେବେ ବୋଲି କହିଛନ୍ତି । ଆକ୍ରମଣକାରୀମାନେ ମମତାଙ୍କୁ ପଛ ପଟୁ ଠେଲି ଦେଇଥିବା ନେଇ ମଧ୍ୟ ଆସିଛି ଅଭିଯୋଗ।
ଏଥର ମମତା ନନ୍ଦିଗ୍ରାମରୁ ଇଲେକ୍ସନ ଲଢୁଥିବାବେଳେ ତାଙ୍କ ବିପକ୍ଷରେ ପ୍ରାର୍ଥୀ ସାଜିଛନ୍ତି ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବାରୁ ମମତା ଏଠି ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ହେଲେ ଏସବୁ ଭିତରେ ମମତାଙ୍କ ଆହତ ହେବା ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଛି ।