ହ୍ୱିଲ ଚେୟାରରେ ଦିଦି

ହୁଇଲ ଚେୟାରରେ ଦିିଦି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାଖାପାଖି ୪ ଦିନ ହସ୍ପିଟାଲରେ ରହି ଚିକିତ୍ସିତ ହେବା ପରେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଛନ୍ତି । ଡାକ୍ତରୀ ଟିମ ମମତାଙ୍କୁ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିବା ପରେ ତାଙ୍କୁ ଡିସଚାର୍ଜ କରିଛନ୍ତି । ମମତାଙ୍କୁ ଏକ ହୁଇଲ ଚେୟାରରେ ବସାଇ ଡାକ୍ତରଖାନାରୁ ଅଣାଯାଇଛି । ।ତେବେ ମମତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ତାଙ୍କୁ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ମମତାଙ୍କ ବାମ ଗୋଡ଼ରେ ଆଘାତ ଲାଗିବାରୁ ପ୍ଲାଷ୍ଟର ହୋଇଛି। ସେହିପରି ବେକ, କାନ୍ଧ ଏବଂ ଅଣ୍ଟାରେ ଏବେ ଦରଜ ଆଗ ଭଳି ନଥିବା ସେ କହିଛନ୍ତି। ମମତା ଯେଉଁଭଳି ଆଘାତ ପାଇଛନ୍ତି ଗୋଟିଏ ମାସ ପାଇଁ ବିଶ୍ରାମ ନେବା କଥା। ହେଲେ ମୁଖ୍ୟମନ୍ତ୍ରୀ ଏବେ ହ୍ୱିଲ ଚେୟାର ବ୍ୟବହାର କରି ନିର୍ବାଚନୀ ପ୍ରଚାରରେ ସାମିଲ୍ ହୋଇପାରିବେ। ମମତାଙ୍କ ପାଇଁ ସ୍ୱତନ୍ତ୍ର ଚପଲ ମଧ୍ୟ ତିଆରି ହୋଇଥିବା ଡାକ୍ତର କହିଛନ୍ତି।

ଗତ ବୁଧବାର ଦିନ ନାମାଙ୍କନ କରି ଫେରିବା ସମୟରେ ବୁରୁଲିଆରେ ତାଙ୍କ ଗୋଡରେ ଜୋରଦାର ଆଘାତ ଲାଗିଥିଲା । ମମତା ଅଭିଯୋଗ ଆଣିଥିଲେ ତାଙ୍କ ଉପରେ ବିଜେପି କର୍ମୀ ଆକ୍ରମଣ କରିଥିଲେ । ଏହାକୁ ନେଇ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛି । ଏହାରି ଭିତରେ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି ଦଳ ।

ନନ୍ଦିଗ୍ରାମ ବିଧାନସଭା ଆସନ ବିଧାୟକ ପ୍ରାର୍ଥୀ ହେଉଛନ୍ତି ମମତା। ଯେଉଁଠୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ସହଯୋଗୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ। ଆସନ୍ତା ୧୪ ତାରିଖରେ ଟିଏମସି ଜାରି କରିବ ନିର୍ବାଚନ ଇସ୍ତାହାର । ଏହା ଆଗରୁ ଆଜି ମମତା ଡାକ୍ତରଖାନାରୁ ବାହାରିବା , ଦଳୀୟ ସମର୍ଥକ ଓ କର୍ମୀଙ୍କୁ ନିଶ୍ଚୟ ବଳ ଯୋଗାଇବ ।

Comments (0)
Add Comment