ମମିତା ହତ୍ୟା ମାମଲାରେ ଗୁରୁତ୍ୱପୂର୍ଣ୍ଣ ସୂଚନା

ମମିତା ହତ୍ୟା ମାମଲାରେ ନୂଆ କଥା ସାମନାକୁ ଆସିଛି। ଗୋବିନ୍ଦ ସାହୁଙ୍କୁ ଟାୟାର ଦେଇଥିବା ଦୋକାନୀ ବିବେକ ଅଗ୍ରୱାଲଙ୍କ ବୟାନ ରେକର୍ଡ। ଦୋକାନୀ ବିବେକ ଅଗ୍ରୱାଲଙ୍କ ଠାରୁ ଟାୟାର ଆଣିଥିଲା ଗୋବିନ୍ଦ ସାହୁ । ଏଥିପାଇଁ ଗୋବିନ୍ଦ ବିବେକଙ୍କୁ ଫୋନ କରିଥିଲା । ଅକ୍ଟୋବର ୮ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଗୋବିନ୍ଦ ତାଙ୍କୁ ଫୋନ୍ କରିଥିଲା ଓ ଦୁଇଟା ଟାୟାର ନେବାକୁ କହିଥିଲା। ରାଧେଶ୍ୟାମ ଯାଇ ଟାୟାର ଆଣିବ ବୋଲି କହିଥିଲା । ଆଉ ଏହି ଫୋନ ପରେ ଗୋବିନ୍ଦଙ୍କ ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀ ଯାଇ ଦୋକାନୀଙ୍କ ଠାରୁ ଟାୟାର ଆଣିଥିଲେ ।

ମମିତାଙ୍କୁ ଗୋବିନ୍ଦ ସାହୁ ହତ୍ୟା କରିଥିବା ସ୍ୱୀକାର କରିଛି । ହତ୍ୟା କରିବା ପରେ ଗୋବିନ୍ଦ ମହାଲିଙ୍ଗ କଲେଜ ଷ୍ଟାଡିୟମରେ ଖଣ୍ଡ ଖଣ୍ଡ କରି ପୋତିଦେଇଥିଲା । ମୃତଦେହକୁ ପୁଲିସ ଉଦ୍ଧାର କରିଥିବାବେଳେ ପୁଲିସ ତଦନ୍ତ ଜାରି ରହିଛି । ଗୋବିନ୍ଦ ସାହୁକୁ ଗିରଫ କରିଛି ପୁଲିସ ।

Comments (0)
Add Comment