ଅଭିଯୁକ୍ତଙ୍କ ମିଛ ଧରା ପରୀକ୍ଷା କରାଇବାକୁ ଆବେଦନ

ମନୀଷ ମୃତ୍ୟୁ ମାମଲାର ଫିଟୁନି ରହସ୍ୟ । ୩ ଅଭିଯୁକ୍ତଙ୍କ ମିଛ ଧରା ପରୀକ୍ଷା କରାଇବାକୁ କୋର୍ଟରେ ଆବେଦନ । ୩ ଅଭିଯୁକ୍ତଙ୍କ ମିଛ ଧରା ପରୀକ୍ଷା କରାଇବାକୁ କୋର୍ଟରେ ଆବେଦନ କରିଛି ପୁଲିସ ।
୩ ଦିନିଆ ରିମାଣ୍ଡରେ ଆଣି ୩ ଅଭିଯୁକ୍ତଙ୍କ ଠାରୁ ପ୍ରାମାଣିକ ତଥ୍ୟ ଯୋଗାଡ କରିବା ପାଇଁ ପୁଲିସ ଖୁବ୍ କସରତ କରିଥିଲା । ହେଲେ ଅଭିଯୁକ୍ତ କେତେବେଳେ ମନଗଢ଼ା କାହାଣୀ ଗପିଥିଲେ ଅନ୍ୟ କେତେବେଳେ ନିଶାସକ୍ତ ଥିବାରୁ ସବୁ ଭୁଲି ଯାଇଥିବା କହିଛନ୍ତି । ୩ ଅଭିଯୁକ୍ତଙ୍କ ପଚରାଉଚରା କରିଥିଲେ ମଧ୍ୟ ମନୀଷଙ୍କ ହତ୍ୟା କେମିତି ହେଲା ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତମାନେ ମନୀଷଙ୍କୁ ଧାସ୍ତାଧସ୍ତି କରିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଥିଲା ।
ଅପରପକ୍ଷରେ ଚାକିରିରୁ ବରଖାସ୍ତ ହେବା ସହ ଗିରଫ ହୋଇଥିବା କନେଷ୍ଟବଳ ମହାସଂଘର ସଂପାଦକ ପ୍ରସନ୍ନ କୁମାର ବେହେରାଙ୍କ ଭୁବନେଶ୍ବର ସମେତ ଅନେକ ଅଞ୍ଚଳରେ କୋଟିକୋଟି ଟଙ୍କାର ସଂପତ୍ତି ରହିଥିବା ଜଣାପଡ଼ିଛି । ତେଣୁ ତାଙ୍କର ସଂପତ୍ତି ତାଲିକା ଯାଞ୍ଚ୍ ପାଇଁ ଭିଜିଲାନ୍ସ ପକ୍ଷରୁ ବର୍ତ୍ତମାନ ପ୍ରସନ୍ନଙ୍କ ଦୋକାନ ସମେତ ଏକାଧିକ ଦୋକାନ ସମେତ ଘର ଓ ଅନ୍ୟାନ୍ୟ ସଂପତ୍ତି ତାଲିକା ଏକାଠି କରିଥିବା ଜଣାପଡ଼ିଛି ।

Comments (0)
Add Comment