ପାଣିରେ ବୁଡ଼ିବା ପୂର୍ବରୁ ମନୀଷଙ୍କ ମୃତ୍ୟୁ !

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ଧିରେ ଧିରେ ଗୁମର ଫିଟୁ ଥିବାବେଳେ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ପାଣିରେ ବୁଡ଼ି ମନୀଷଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ପ୍ରମାଣ ମିଳୁନି। ଏନେଇ କମିଶନରେଟ୍ ପୋଲିସ ସୂଚନା ଦେଇଛି। ମନୀଷର ମୃତ୍ୟୁ ପାଣିରେ ବୁଡ଼ିବା ପୂର୍ବରୁ ହୋଇଥିବା ସନ୍ଦେହ କରାଯାଉଛି।ଯେଉଁଦିନ ମନୀଷ ସାଉଥ୍‌ ସିଟି ହୋଟେଲ୍‌କୁ ସେଦିନ ରାତିର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଇଛି। ଭିଡିଓରେ ଦେଖିବାକୁ ମିଳିଛି, ମନୀଷ ବାର୍‌ରୁ ବାହାରି ଏକୁଟିଆ ଚାଲି ଚାଲି ଯାଉଛନ୍ତି। ତେବେ ଏହି ଭିଡିଓରେ ତାଙ୍କ ଆଗରେ ଜଣେ ଯୁବତୀଙ୍କୁ ମଧ୍ୟ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। ଏହି ଯୁବତୀଙ୍କୁ ନେଇ ଏବେ ଖୋଳତାଡ ଆରମ୍ଭ କରିଛି ପୋଲିସ୍‌।
ସେପଟେ ଧିରେ ଧିରେ ଖୋଲୁଛି ମନୀଷ ଅନୁରାଗ ମୃତ୍ୟୁ ମାମଲାର ଗୁମର । ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ମାମଲାର ତଦନ୍ତ ଯେତେ ଆଗଉଛି, ଗୁମର ସେତେ ଖୋଲିବାରେ ଲାଗିଛି । ଏବେ ସାମ୍ନାକୁ ଆସିଛି ସେହି କାଳ ରାତିର ସତ । ବାରରେ ବିଲକୁ ନେଇ ବିବାଦ ହୋଇଥିବା ଜଣାପଡ଼ିଛି । ବାରରେ ୩୫ ହଜାର ଟଙ୍କାର ବିଲ ହୋଇଥିଲା । ଟଙ୍କା କିଏ ଦେବ ତାକୁ ନେଇ ବିବାଦ ହୋଇଥିଲା । ମନୀଷ ଓ ସାଙ୍ଗ ମାନଙ୍କ ମଧ୍ୟର ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । ଟଙ୍କା ନଦେବାରୁ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ବାର କର୍ମଚାରୀ । ଫୁଲବାଣୀର ଦୁଇ ଜଣ ଯୁବକ ମୃତ୍ୟୁଞ୍ଜୟ ଓ ଦିନେଶଙ୍କୁ କମିଶନରେଟ୍ ପୋଲିସ୍ ଭୁବନେଶ୍ୱର ଆଣିବା ପରେ ଏଦିଗରେ ବଡ଼ ତଥ୍ୟ ପଦାକୁ ଆସିଥିବା ଅନୁମାନ କରାଯାଉଛି। ଉଭୟଙ୍କୁ ଇନ୍‌ଫୋସିଟି ପୋଲିସ୍ ପଚରାଉଚରା କରୁଛି।

Comments (0)
Add Comment