ଭୁବନେଶ୍ୱର ଡେପୁଟି ମେୟର ମଞ୍ଜୁଲତା କହଁର

ଭୁବନେଶ୍ୱର ମହାନଗର ନିଗମ ପାଇଁ ବଛା ହେଲେ ଡେପୁଟୀ ମେୟର । ଏହି ପଦବୀ ପାଇଁ ଅନେକ ଆଶାୟୀ ଲବି ଚଳାଇଥିଲେ ବି ସମସ୍ତଙ୍କୁ ଚମକାଇ ଡେପୁଟି ମେୟର ହୋଇଛନ୍ତି ୨୨ ନମ୍ବର ୱାର୍ଡର ମଞ୍ଜୁଲତା କହଁର । ଏ ନେଇ ସେ କହିଛନ୍ତି, ଏତେ ବଡ଼ ଦାୟିତ୍ୱ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି । ଭୁବନେଶ୍ୱରର ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବି ।
ଫୁଲବାଣୀରେ ଜନ୍ମିତ ୨୭ ବର୍ଷୀୟା ମଞ୍ଜୁଲତା ଟେଲରିଂ କରନ୍ତି । ଏହାସହ ସେ ଏସଏଚଜି ସଦସ୍ୟା ମଧ୍ୟ ଅଛନ୍ତି । ସେ ସଦସ୍ୟା ଥିବା ଏସଏଚଜି ସଂସ୍ଥାରେ ହଳଦୀ, ପାମ୍ପଡ଼, ଫିନାଇଲ ପ୍ରମୁଖ ସାମଗ୍ରୀ ଉତ୍ପାଦନ କରାଯାଉଛି । ପ୍ରଥମ ଥର ପାଇଁ କର୍ପୋରେଟର ହୋଇଥିବା ମଞ୍ଜୁଲତା ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ପାସ୍‌ କରିଛନ୍ତି ।
ତେଣୁ ଏହି ପଦବୀ ପାଇଁ ବିଜେଡିରୁ ନିର୍ବାଚିତ ଏକାଧିକ କର୍ପୋରେଟର ଆଶାୟୀ ଥିଲେ ଓ ଲବି ଚଳାଇଥିଲେ । ହେଲେ ଦଳ ମୁଖିଆ ମଞ୍ଜୁଲତା କହଁର ଉପରେ ଭରସା କରିଛନ୍ତି । ତେବେ ୬୭ କର୍ପୋରେଟରଙ୍କ ମଧ୍ୟରୁ ୫୧ ଜଣ ବିଜେଡିର ହୋଇଥିବାରୁ ଡେପୁଟୀ ମେୟର ହେବା ସୁନିଶ୍ଚିତ ଥିଲା ।

Comments (0)
Add Comment