ସର୍ବୋଚ୍ଚ ଅଦାଲତରେ ସଂକ୍ରମଣ ଭୟ

ସୁପ୍ରିମକୋର୍ଟରେ ସଂକ୍ରମଣ । ସର୍ବୋଚ୍ଚ ନ୍ୟାୟଳୟରେ ପଶିଲା କରୋନା । ସୁପ୍ରିମକୋର୍ଟର ୫୦ ପ୍ରତିଶତ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ରିପୋର୍ଟ ମିଳିବାପରେ ସର୍ବୋଚ୍ଚ ଅଦାଲତ ପରିସରରେ ଭୟର ବାତାବରଣ ଖେଳିଯାଇଛି । ସଂକ୍ରମିତ କର୍ମଚାରୀଙ୍କୁ ଗୃହାବଦ୍ଧ ରହିବାକୁ ପରାମର୍ଶ ଦିଆଯାଇଛି ।

ସର୍ବୋଚ୍ଚ ଅଦାଲତର ସମସ୍ତ କୋର୍ଟ ରୁମ୍‍ ଏବଂ ସମୁଦାୟ ପରିସରକୁ ସାନିଟାଇଜ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସମସ୍ତ ବିଚାରପତି ଘରେ ରହି କାମ କରିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ବେଂଚ ଶୁଣାଣି ହେବ । ୧ ଘଂଟା ବିଳମ୍ବରେ ସବୁ ବେଂଚ ଶୁଣାଣି ଆରମ୍ଭ କରିବେ । ସମସ୍ତ କୋର୍ଟ ରୁମ୍ ସହି୍ କୋର୍ଟ ପରିସରକୁ ସାନିଟାଇଜ କରାଯାଉଛି । ଯାହା ପାଇଁ ନିର୍ଦ୍ଧାରିତ ସମୟର ୧ ଘଂଟା ବିଳମ୍ବରେ ସମସ୍ତ ବେଂଚ ବସିବ । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟେକ୍ଷ ଶୁଣାଣୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

ସର୍ବୋଚ୍ଚ ଅଦାଲତରେ ସମୁଦାୟ କର୍ମଚାରୀଙ୍କ ସଂଖ୍ୟା ୩, ୪୦୦। ସୂଚନାଯୋଗ୍ୟ, ସୁପ୍ରିମ୍‌ କୋର୍ଟରେ ସମୁଦାୟ କର୍ମଚାରୀଙ୍କ ସଂଖ୍ୟା ୩, ୪୦୦। ଗତବର୍ଷ ଏପ୍ରିଲ୍‌ରୁ ଭର୍ଚ୍ୟୁଆଲ୍‌ ଶୁଣାଣି କରି ଆସୁଥିବା ଶୀର୍ଷ ଅଦାଲତ ମାର୍ଚ ୧୫ ତାରିଖ ଠାରୁ ଅଦାଲତରେ ଶୁଣାଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା।

Comments (0)
Add Comment