ଭୁୁବନେଶ୍ୱର: ବୈଠକରୁ ବାହାରିଲାନି ସମାଧାନର ବାଟ । ଏବେ ଖୋଲିବନି ମାର୍କେଟ ବିଲ୍ଡିଂ । ବୈଠକରେ କୌଣସି ପ୍ରକାର ନିଷ୍କର୍ସ ବାହାରିନପାରିବା କାରଣରୁ ମାର୍କେଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି । ତେବେ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ହିଁ ଯାଇ ମାର୍କେଟ ଖୋଲିବ ବୋଲି କହିଛନ୍ତି ସଭାପତି ପ୍ରଦ୍ୟୁମ୍ନ ଜେନା ।
ଗତକାଲି ମଧ୍ୟାହ୍ନରେ ବିବାଦ ନେଇ ବୈଠକ ବସିଥିଲା । ଏହାପରେ ସନ୍ଧ୍ୟାରେ ବିଏମସି ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ୟ୍ୟରେ ଘୋଷଣା କରାଯାଇ ମାର୍କେଟ ବିଲ୍ଡିଂ ଭିତରେ ଥିବା ଉଠାଦୋକାନୀଙ୍କୁ ଉଚ୍ଛେଦ କରିଦିଆଯାଇଥିଲା । ହେଲେ ଏହାପରେ ମଧ୍ୟ ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ୟ୍ୟନ୍ତ ଦୋକାନ ବନ୍ଦ ରହିବ ବୋଲି ଅଡିବସିଛନ୍ତି ସେ ଣ୍ଟ୍ରାଲ ମାର୍କେଟ ଆସୋସିଏସନର କର୍ମକର୍ତ୍ତା । ଉଠା ଦୋକାନୀଙ୍କ ଦୋରାତ୍ମ୍ୟ ବଢୁଥିବା ଦେଖି ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘ ସ୍ୱତଃପ୍ରବୃତ ଭାବେ ମାର୍କେଟକୁ ବନ୍ଦ ଘୋଷଣା କରିଥିଲେ । ଏହାପରେ ବିଏମସି ତରଫରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲେ ମଧ୍ୟ ଏନେଇ ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ମାର୍କେଟ ବନ୍ଦ ରହିବ ବୋଲି ବ୍ୟବସାୟୀ ସଂଘ କହିଛି ।