ମାଟ୍ରିକ ପରୀକ୍ଷା ସୂଚୀ: କେଉଁ ଦିନ କ’ଣ?

ମେ ୩ ତାରିଖରୁ ଆରମ୍ଭ ହେଉଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ମେ ୩ରୁ ପରୀକ୍ଷା ଆରମ୍ଭ ହୋଇ ମେ ୧୫ ଯାଏ ଚାଲିବାକୁ ଥିବା ବେଳେ ପ୍ରଥମ ଦିନ ମାତୃଭାଷା ଓଡିଆ ପରୀକ୍ଷା ହେବ । ସକାଳ ୮ଟାରୁ ୧୦ଟା ପର୍ୟ୍ୟନ୍ତ ପରୀକ୍ଷା ହେବା ନେଇ କାର୍ୟ୍ୟସୂଚୀ ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ରହିବ ଗୋଟିଏ ପ୍ରଶ୍ନପତ୍ର ।

ପ୍ରଥମ ଦିନରେ ମାତୃଭାଷା ତଥା- ଓଡିଆ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ ଏବଂ ତେଲୁଗୁ ଭାଷାର ପେପର ରହିଛି । ୫ ତାରିଖ ଦିନ ଅର୍ଥାତ ବୁଧବାର ଦିନ ଇଂରାଜୀ ପରୀକ୍ଷା ରହିଛି ।ସେହପରି ମେ ୭ରେ ତୃତୀୟ ଭାଷା (ହିନ୍ଦୀ କିମ୍ବା ଅନ୍ୟ ଭାଷା) ଏବଂ ୮ ତାରିଖ ଦିନ ସଂସ୍କୃତ ପରୀକ୍ଷା ଅଛି । ୯ ତାରିଖ ଦିନ ଭିଜୁଆଲ ଆର୍ଟସ ପ୍ରାକ୍ଟିକାଲ, ମେ ୧୦ରେ ଗଣିତ, ମେ ୧୨ରେ ବିଜ୍ଞାନ, ମେ ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ।

ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ସକାଳ ୧୦ଟା ଯାଏ ଚାଲବ । କେବେଳ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ମିଳିବ । ଗଣିତ ପରୀକ୍ଷା ଦିନ ୧୦ଟା ୧୫ରେ ସରିବ। ୭ଟା ୪୫ରେ ଉଭୟ ଅବଜେକ୍ଟିଭ ଓ ସବଜେକ୍ଟିଭ୍ ପ୍ରଶ୍ନପତ୍ର ବଣ୍ଟାଯିବ। ଅବ୍‌ଜେକ୍ଟିଭ୍ ସକାଳ ୮ଟାରୁ ୯ଟା, ସବ୍‌ଜେକ୍ଟିଭ୍ ୯ଟାରୁ ୧୦ଟା ହେବ। ଗଣିତ ଅବ୍‌ଜେକ୍ଟିଭ୍ ପରୀକ୍ଷା ସକାଳ ୮ଟାରୁ ୯ଟା ୧୫ ଚାଲିବ। ଙଗଜରେ ଅବ୍‌ଜେକ୍ଟିଭ, ବୁକଲେଟ୍‌ରେ ସବ୍‌ଜେକ୍ଟିଭ ଉତ୍ତର ଲେଖିବେ ପରୀକ୍ଷାର୍ଥୀ ।

ମହାମାରୀ କରୋନା ପାଇଁ ଚଳିତବର୍ଷ ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ ୫୦ ମାର୍କର ଅବଜେକଟିଭ ପରୀକ୍ଷା ହେବ । ଏଥିସହ ୩୦ ମାର୍କର ସବଜେକଟିଭ ପ୍ରଶ୍ନ ରହିବ । କିନ୍ତୁ ମୁଲ୍ୟାୟନ ହେବ ୧୦୦ ମାର୍କର । ବଳକା ୨୦ ମାର୍କ ଆଭରେଜ ହିସାବରେ ଦିଆଯିବ । ୪୫ରୁ ୫୦ ଦିନ ମଧ୍ୟରେ ପ୍ରକାଶ ପାଇବ ଛାତ୍ରଛାତ୍ରୀଙ୍କ ମାଟ୍ରକି ପରୀକ୍ଷା ଫଳ ।

Comments (0)
Add Comment