ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ଫଳ

ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ରେଜଲ୍ଟ । ଅଫଲାଇନ ପରୀକ୍ଷାରେ ୫୨୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଯେଉଁଥିରେ ୩୧୦୦ ଛାତ୍ର ଓ ୨୧୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଅଫଲାଇନ ପରୀକ୍ଷାରେ ୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।
ଫଲାଇନ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭୧ ଜଣଙ୍କ ନମ୍ବର ବଢିଥିବା ବେଳେ ୪୫୯ ଜଣଙ୍କର ନମ୍ବର କମିଛି । ଅଫଲାଇନ ପରୀକ୍ଷାରେ ୧୪୧ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ଫେଲ ହୋଇଥିବା ଛାତ୍ରଛାତ୍ରୀ କିଛି ବିଷୟରେ ପରୀକ୍ଷା ଦେଇଥିବା ବେଳେ କିଛି ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ । ତେବେ କରୋନା କାଳରେ ପରୀକ୍ଷା ହୋଇଥିବାରୁ ବିଭିନ୍ନ କାରଣ ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିନାହାନ୍ତି । ତେଣୁ ଅନୁପସ୍ଥିତ ହୋଇ ଫେଲ ହୋଇଥିବା ଛାତ୍ରଛାତ୍ରୀ ପୂର୍ବରୁ ଯେଉଁ ନମ୍ବର ରଖିଥିଲେ ସେହି ନମ୍ବର ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
ଅଫଲାଇନ ପରୀକ୍ଷା ନମ୍ବରକୁ ନେଇ କୌଣସି ଦ୍ୱନ୍ଦ୍ୱ ଥିଲେ ରି-ଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ସେପ୍ଟେମ୍ବର ୮ ସୁଦ୍ଧା ରି-ଚେକିଂ ପାଇଁ ଆବେଦନ କରିପାରିବେ ବୋଲି କହିଛି ବୋର୍ଡ ।

Comments (0)
Add Comment