ଆସୁଛି ମେୟର ଭୋଟ୍ ଗଣତିର ଟ୍ରେଣ୍ଡ୍, କିଏ ଆଗରେ କିଏ ପଛରେ ପଢ଼ନ୍ତୁ

ଚାଲିଛି ଭୋଟ୍ ଗଣତି, ଆସିଲା ଭୁବନେଶ୍ୱରର ଟ୍ରେଣ୍ଡ୍ ।କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମେୟର ପଦ କେଉଁ ଦଳ ଅକ୍ତିଆର କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଭୁବନେଶ୍ୱରରେ ଭୋଟ୍‌ ଗଣତି ବିଳମ୍ବ ହୋଇଥିବା ବେଳେ କଟକରେ ଦେଖିବାକୁ ମିଳିଛି କଂଗ୍ରେସର ଟ୍ରେଣ୍ଡ।
ଦିନ ୧୧ଟା ୩୦ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ । ଭୁବନେଶ୍ୱରରେ ବିଜେଡି ବହୁଆଗରେ ରହିଛି । ଟ୍ରେଣ୍ଡ୍ ମୁତାବକ ବିଜେଡିର ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ୨ ହଜାର ୧୫୬ ଭୋଟରେ ଆଗୁଆ ରହିଥିବାବେଳେ ବିଜେପିର ସୁନୀତି ମୁଣ୍ଡ୍ ୧ ଜହାର ୯୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ସେହିପରି କଂଗ୍ରେସର ମଧୁସ୍ମିତା ଆଚାର୍ୟ୍ୟ ମାତ୍ର ୧୧୦ ଖଣ୍ଡ ଭୋଟରେ ଆଗେଇ ଚାଲିଛନ୍ତି ।
କଟକ ମହାନଗର ନିଗମ (ସିଏମ୍‌ସି)ରେ ଭୋଟ ଗଣତି ଜାରି ରହିଛି। ଏଠାରେ ବିଜେଡି ପ୍ରାର୍ଥୀ ସୁବାସ ସିଂହ ଆଗୁଆ ଅଛନ୍ତି। କିନ୍ତୁ ସୁବାସ ସିଂହଙ୍କୁ କଂଗ୍ରେସର ପ୍ରାର୍ଥୀ ଗିରିବାଳା ବେହେରା କଡ଼ା ଟକ୍କର ଦେଉଛନ୍ତି।

Comments (0)
Add Comment