ତୀବ୍ର ଅବପାତର ରୂପ ନେଲା ଅବପାତ

ତୀବ୍ର ଅବପାତର ରୂପ ନେଲା ଅବପାତ । ସାରା ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା ।
୮ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପୁରୀ,ଖୋର୍ଦ୍ଧା, କଟକ, ଜଗତସିଂହପୁର,କେନ୍ଦ୍ରାପଡା, ନୟାଗଡ, ଢେଙ୍କାନାଳକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ।
୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ୩୨୯ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରିପାରାଦୀପରେ ୨୧୮, ଭୁବନେଶ୍ୱରରେ ୧୯୩ ମିମି ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ଅଞ୍ଚଳରେ ରାସ୍ତାଗୁଡ଼ିକ ପାଣି‌େର ବୁଡ଼ି ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିଛି । ସୋମବର ସକାଳ ପର୍ୟ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାସହିତ ଆସନ୍ତାକାଲି ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ‌ହେବାର ସମ୍ଭାବନା ରହିଛି । ଏନେଇ ଏସ୍‌ଆରସିଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଲାଗି କୁହାଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିବା ସହ ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

Comments (0)
Add Comment