ଭାରତୀୟ ବାୟୁସେନାର ସୁପରସୋନିକ ଫାଇଟର ଜେଟ୍ ଏମଆଇଜି-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତ-ପାକିସ୍ତାନ ସୀମା ଜୈସଲମର ନିକଟରେ ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ଦୁର୍ଘଟଣାକୁ ନେଇ ଏପର୍ୟ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ରାଜସ୍ଥାନ ଜଲେଶ୍ୱର ନିକଟରେ ଶୁକ୍ରବାର ସନ୍ଧ୍ୟା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତାମିଲନାଡୁର କୁନ୍ନୁର ମର୍ମନ୍ତୁଦ ହେଲପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିବାର ଦୁଃଖ ଭୁଲି ହେଉନଥିବା ବେଳେ ଭାରତୀୟ ବାୟୁସେନାର ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ଥ ହୋଇଛି । ରାଜସ୍ଥାନର ଜୈସାଲମେରରେ ଏକ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୁଦାସିରି ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏଥିରେ ୱିଙ୍ଗ କମାଣ୍ଡର ହର୍ଷିଦ ସିହ୍ନାଙ୍କ ମୃତ୍ୟୁ ହୋଇଥବା ନେଇ ଏୟାରଫୋର୍ସ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଗତକାଲି ୮ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ୱିଙ୍ଗ କମାଣ୍ଡର ହର୍ଷିଦ ସିହ୍ନା ଜୈସାଲମେର ଏୟାରଫୋର୍ସରୁ ଉଡ଼ାଣ ଭରି ଥିଲେ । ଘଟଣା ସ୍ଥଳରେ ପୁଲିସ, ଅଗ୍ନୀଶମ ବାହୀନି ପହଂଚିଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଉଡାଣ ସମୟରେ ବିମାନରେ ନିଆଁ ଲାଗିଥିଲା ତାପରେ ତଳେ ଆସିପଡ଼ିଥିଲା ମିଗ୍-୨୧ ବିମାନ ।