ପ୍ରବାସୀ ଅ।।ଣିବେ କି ଓଡିଶା ପାଇଁ ବିପଦ । ରାଜ୍ୟରେ ଏବେ ସଂକ୍ରମଣ ବଢୁଥିବାବେଳେ ଏତିକିବେଳେ ପ୍ରବାସୀଙ୍କ ଓଡିଶା ଫେରିବା ଚିନ୍ତାଜନକ ବିଷୟ । ଆଜି ସୁରଟରୁ ଗଞ୍ଜାମ ତଥା ରାଜ୍ୟର ଅନ୍ୟ ସ୍ଥାନକୁ ଶହ ଶହ ଓଡିଆ ଲୋକେ ଟ୍ରେନରେ ଆସିଛନ୍ତି । ଗୁଜରାଟ ଓ ମହାରାଷ୍ଟ୍ର ଅଚଂଳରୁ ମଧ୍ୟ ବହୁ ଲୋକ ଆସୁଛନ୍ତି ଏହି ଟ୍ରେନରେ । ଯାହା ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥା ପାଲଟିଛି ।
ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ, ସୁରଟରେ କରୋନା ଉପରମୁହାଁ ରହିଛି । ତେଣୁ ସେଠାରୁ ଫେରୁଥିବା ପ୍ରବାସୀଙ୍କ ଉପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ କଡ଼ା ନଜର ରଖିଛି । ବିଶେଷକରି ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା, ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଚାଲୁଥିବାରୁ ମାନସିକ ରଖିଥିବା ଲୋକେ ଘରକୁ ଫେରୁଛନ୍ତି । ରେଳଷ୍ଟେସନରୁ ବାହାରୁଥିବା ପ୍ରତିଟି ସୁରଟ ଫେରନ୍ତାଙ୍କର ସ୍କ୍ରିନିଂ କରାଯାଉଛି । ଯେଉଁ ମାନଙ୍କ ଠାରେ କୌଣସି ଲକ୍ଷଣ ଦେଖା ଦେଲେ ସେମାନଙ୍କର ଆଂଟିଜେନ୍ ଟେଷ୍ଟ କରାଯାଉଛି । ଏହା ପରେ ପଜିଟିଭ୍ ଆସିଲେ ସଂଗରୋଧରେ ରଖାଯିବ ।
ପୂର୍ବରୁ ପ୍ରବାସୀଙ୍କ ଫେରିବା ପରେ ଗଂଜାମ ହଟସ୍ପଟ ପାଲଟିଥିଲା । ତେଣୁ ପୂର୍ବପରି ଯେପରି ସ୍ଥିତି ନଉପୁଜେ ସେନେଇ ଜିଲ୍ଲା ପ୍ରଶାସନ ସତର୍କ ରହିଛି । ସେପଟେ ସୁରଟରେ ଥିବା ଓଡିଆଙ୍କୁ ଦିଆଯାଇଛି କରୋନା ଟିକା । ସହରର ୨୩ଟି ଟିକା ଦାନ କେନ୍ଦ୍ରରେ ସେଠାରେ ରହୁଥିବା ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।