ମୁହଁ ଖୋଲିଲେ ଜଙ୍ଗଲ ମନ୍ତ୍ରୀ

ଜଙ୍ଗଲରୁ ଜଙ୍ଗଲକୁ ଡେଇଁ ଚାଲିଛି ନିଆଁ । କେବେଳ ଶିମିଳିପାଳ ନୁହେଁ ରାଜ୍ୟର ଅନେକ ଜଙ୍ଗଲରେ ନିଆଁ ଲାଗି ଉଜୁଡ଼ି ଯାଉଛି ସବୁଜିମା। ଜଙ୍ଗଲ ନିଆଁକୁ ଆୟତ ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ କରାଯାଉଥିଲେ ବି ନିଆଁ ନିୟନ୍ତ୍ରଣକୁ ଆସିପାରିନାହିଁ । କିଛି ଦିନ ହେବ ଜଙ୍ଗଲ ନିଆଁକୁ ନେଇ ସୋସିଆଲ ମିଡିଆଠୁ ଆରମ୍ଭ କରି ଗଣମାଧ୍ୟମ ସବୁଠି ଚର୍ଚ୍ଚା ଓ ସମାଲୋଚନା କରାଯାଉଛି । ବିରୋଧୀ ମଧ୍ୟ ରାଜ୍ୟ ସରକାରଙ୍କୁ ଏନେଇ ଟାର୍ଗେଟ କରୁଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ମୁହଁ ଖୋଲିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ କହିବ ଅନୁସାରେ, ଫେବ୍ରୁଆରୀ ୧୫ରୁ ଜୁନ୍ ୧୫ ଯାଏଁ ଥିବା ସମୟକୁ ଅଗ୍ନି ଋତୁ ବୋଲି କୁହାଯାଏ। ଏହି ସମୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ। ଶିମିଳିପାଳରେ ଏକ ହଜାର ଚାରିଶହ ପଏଣ୍ଟରେ ନିଆଁ ଲାଗିଥିଲା। ଆଉ ଏହାକୁ ଆୟତ୍ତ କରିବା ପାଇଁ ୧୧୭୫ ଜଣଙ୍କୁ ନିୟୋଜିତ କରାଯାଇଛି। ୨୯୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଇଛି । ୩୫୯୧ କିଲୋମିଟର ଫାଇଲ ଲାଇନ ତିଆରି କରାଯାଇଛି। ୭ ଅଫିସରଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି। ୪୦ ଗାଡ଼ିକୁ ନିୟୋଜିତ କରାଯାଇଛି ବୋଲି କହିଛନ୍ତି ବିକ୍ରମ ଆରୁଖ।। ଏହାକୁ ଲିଭାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି ।

ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ, ସମସ୍ତେ ଠିକ୍ ଅଛନ୍ତି । ସରକାର ସଚେତନ ଅଛନ୍ତି, ବିରୋଧୀ ଦଳ ପକ୍ଷରୁ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।ସେହିଭଳି ପିସିସିଏଫ୍ ଜିତେନ୍ଦ୍ର କୁମାର କହିଛନ୍ତି, ନିଆଁ ଲାଗିବା ଏକ ନିୟମିତ ପ୍ରକ୍ରିୟା। ତେବେ ଏବର୍ଷ ତାପମାତ୍ରା ଅଧିକ ରହିଥିବାରୁ ନିଆଁ ବ୍ୟାପକ ହୋଇଛି। କିନ୍ତୁ ଏହାକୁ ଆୟତ୍ତ କରିବାକୁ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। କୌଣସି ବଡ଼ ଗଛ ନଷ୍ଟ ହୋଇନାହିଁ, ଏପରିକି ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ।

Comments (0)
Add Comment