ମୀରା ଆଣିଲେ ପ୍ରଥମ ମେଡାଲ

ଟୋକିଓ ଅଲିମ୍ପିକ୍ସରୁ ଦେଶ ପାଇଁ ଆସିଲା ଖୁସି ଖବର । ଭାରୋତ୍ତୋଳନରେ ମୀରା ବାଇ ଚାନୁ ହାତେଇଲେ ପ୍ରଥମ ପଦକ । ୪୯ କେଜି ବର୍ଗରେ ଚାନୁ ଦ୍ୱିତୀୟ ସ୍ଥାନରେ ରହିଛି ସିଲଭର ପଦକ ହାସଲ କରିଛନ୍ତି । କ୍ଲିନ୍ ଆଣ୍ଡ ଜର୍କରେ ଚାନୁ ଦ୍ୱିତୀୟ ପ୍ରୟାସରେ ୧୧୫ କେଜି ଓଜନ ଉଠାଇବାରେ ସଫଳ ହୋଇଥିଲେ । ଏହାକୁ ମିଶାଇ ସେ ମୋଟ୍ ୨୦୨ କେଜି ଭାର ଉଠାଇଥିଲେ । ଦୀର୍ଘ ୨୧ ବର୍ଷ ପରେ ଦେଶକୁ ଭାରୋତ୍ତୋଳନରୁ ଆସିଲା ଅଲିମ୍ପିକ୍ସ ପଦକ । ତାଙ୍କ ପ୍ରତିଦ୍ୱନ୍ଦ୍ୱି ଚୀନର ହଉ ଜିହୁ ୯୪ କିଲୋ ଉଠାଇ ଅଲିମ୍ପିକ୍ସ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୀରାବାଈ ଚାନୁଙ୍କୁ ଟୁଇଟ କରି ଶୁଭେଚ୍ଚା ଜଣାଇଛନ୍ତି । ତାଙ୍କର ବିଜୟ ସମସ୍ତ ଭାରତୀଙ୍କୁ ପ୍ରେରଣା ଯୋଗାଇବ ବୋଲି ମୋଦି ଟ୍ୱିଟ କରିଛନ୍ତି ।

Comments (0)
Add Comment