‘ମଡର୍ଣ୍ଣା’ ମାରିବ କରୋନା !

ମାନବ ସମାଜ କରୋନା ବିରୋଧୀ ଲଢେଇରେ ଖୁବ ଶୀଘ୍ର ଏକ ନିର୍ଣ୍ଣାୟକ ସ୍ଥିତିରେ ପହଚିଂପାରେ । କାରଣ ଆମେରିକା ଟିକା ପ୍ରସ୍ତୁତକାରୀ କମ୍ପାନୀ ମଡର୍ଣ୍ଣା କହିଛି ,ଭ୍ୟାକସିନ ପାଇଁ ଆମେରିକା ଓ ୟୁରୋପ ସରକାରଠାରୁ ଅନୁମତି ମାଗିବେ । ମଡର୍ଣ୍ଣାର ଏହି ଭ୍ୟାକସିନ ୯୪.୧ ପ୍ରତିଶତ ଫଳପ୍ରଦ ହୋଇଛି ବୋଲି କମ୍ପାନୀ ତରଫରୁ ଦାବି କରାଯାଇଛି ।
ସେମ୍ବର ୨୧ରେ ଏହାର ପ୍ରଥମ ଟିକା ଦିଆଯିବାକୁ ଲକ୍ଷ୍ୟ ରହିଛି । ୩୦ ହଜାର ଲୋକଙ୍କ ଠାରେ ମଡର୍ଣ୍ଣା ଟିକାର ପରୀକ୍ଷଣ ହୋଇଥିଲା, ଏହା ପରେ ଟିକା ୯୪.୧ ପ୍ରତିଶତ ଫଳପ୍ରଦ ହୋଇଛି। ଡିସେମ୍ବର ୨୧ରେ ଏହାର ପ୍ରଥମ ଟିକା ଦିଆଯିବାକୁ ଲକ୍ଷ୍ୟ ରହିଛି । ମଡର୍ଣ୍ଣା ଟିକା ନେଇଥିବା ବ୍ୟକ୍ତି ଯେକୌଣସି ପରିସ୍ଥିତିରେ ଗୁରୁତର ହେବ ନାହିଁ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ୩୦ ହଜାର ଲୋକଙ୍କ ଠାରେ ଏହି ଟିକା ପରୀକ୍ଷଣ କରାଯାଇଥିଲା ।ଏବଂ ନଭେମ୍ବର ୧୬ ତାରିଖରେ ଏହା ୯୪.୫ ପ୍ରତିଶତ ଫଳପ୍ରଦ ହୋଇଛି ବୋଲି କମ୍ପାନୀ ତରଫରୁ କୁହାଗଲା ।ଏବେ ଆସିିଥିବା ତଥ୍ୟ ଅନସାରେ ମଡର୍ଣ୍ଣା ପକ୍ଷରୁ କୁହାଯାଇଛି ଯେ,ଗୁରୁତର ମାମଲା ପାଇଁ ଏହି ଟିକା ଶହେ ପ୍ରତିଶତ ଫଳପ୍ରଦ ହେବ ।

ଏହି ଭ୍ୟାକସିନ ସାଧାରଣତଃ ଗୋଟିଏ ମାସ ପାଇଁ ୨ ଡିଗ୍ରୀରୁ ୮ ଡିଗ୍ରୀ ସେଲସିୟସ ମଧ୍ୟରେ ରଖାଯାଇ ପାରିବ। ଅଧିକ ସମୟ ରଖିବାକୁ ହେଲେ କମ ତାପମାତ୍ରାର ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି। କମ୍ପାନୀ ୨୦୨୦ ଶେଷ ସୁଦ୍ଧା ୫ କୋଟି ଡୋଜ୍ ଉତ୍ପାନ କରିବାର ଆଶା ରଖିଛି।

ସେପଟେ କୋଭିଡ-୧୯ ଟିକା ବିକାଶ ଓ ଉତ୍ପାଦନ ଦିଗରେ କାର୍ଯ୍ୟ କରୁଥିବା ତିନୋଟି କମ୍ପାନୀ ସହିତ ଆଜି ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛନ୍ତି । ଏହି ଦଳଗୁଡ଼ିକ ହେଲେ ପୁଣେସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଲିମିଟେଡ, ହାଇଦ୍ରାବାଦର ବାୟୋଲୋଜିକାଲ ଇ ଲିମିଟେଡ ଏବଂ ଡ. ରେଡ୍ଡୀଜ୍ ଲାବୋରୋଟୋରିଜ୍ ।

Comments (0)
Add Comment