ପୂର୍ବପରି ଆଜି ମଧ୍ୟ ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ଶିବ ଭକ୍ତି ଦେଖିବାକୁ ମିଳିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତରେ ଯାଇ ଦୀପ ଜାଳି ଦେବ ଦିପାବଳୀ ପାଳନ କରିଛନ୍ତି । ହିନ୍ଦୁ ପରମ୍ପରା ଅନୁସାରେ କାର୍ତିକ ପୂର୍ଣ୍ଣିମା ଦିନ ବାରଣାସୀରେ ଦେବ ଦିପାବଳୀ ଉତ୍ସବ ପାଳନ କରଯାଏ । କିନ୍ତୁ ପ୍ରଥମେ ବାରଣାସୀରେ ପହଚିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାବା ବିଶ୍ୱନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିର ଗର୍ଭଗୃହ ମଧ୍ୟରେ ବସି ପୂଜାର୍ଚ୍ଚନା କରିଛନ୍ତି । କ୍ଷୀର ଢାଳି,ବେଲପତ୍ର ଦେଇ ମହାଦେବଙ୍କୁ ଆଳତୀ କରିଛନ୍ତି । ପୂର୍ବରୁ ମଧ୍ୟ ଅନେକ ଥର ମୋଦିଙ୍କ ଶିବ ଭକ୍ତି ଦେଖିବାକୁ ମିଳିଛି ।
ଅନ୍ୟପଟେ ଲକ୍ଷାଧିକ ଦୀପରେ ଝଲସୁଛି ଗଙ୍ଗାଘାଟ । ବାରଣାସୀରେ ଦୀପ ଜାଳି ଦେବ ଦିପାବଳୀ ଉତ୍ସବ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେବ ଦିପାବଳୀ ପାଇଁ ମହାଦେବଙ୍କ ନଗରୀ କାଶୀରେ ଏହି ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ଉତରପ୍ରଦେଶ ସରକାର । ଗଙ୍ଗାକୂୂଳରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଏହି ଅବସରରେ ସମଗ୍ର ସହରକୁ ଆଲୋକ ମାଳାରେ ସଜା ଯାଇଛି ।ଦେବ ଦିପାବଳୀ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ବାରଣାସୀରେ ପହଚିଂ ଜାତୀୟ ରାଜପଥ ୧୯ର ୬ ଲାଇନ ବିଶିଷ୍ଟ ରାଜମାର୍ଗର ଶିଳାନ୍ୟାସ କରିଥିଲେ ମୋଦି ।
ତେବେ ମୋଦିଙ୍କ ସ୍ୱାଗତ ପାଇଁ କାଶୀକୁ ଆଜି ୨୦୦ କ୍ୱିଂଟାଲ ଫୁଲରେ ସଜାଯାଇଥିବା ଦେଖିବାକୁ ମିଳିଛି । ମହାଆଳତୀ ପାଇଁ କରାଯାଇଥିବା ମଂଚକୁ ୨୦ କ୍ୱିଂଟାଲ ଫୁଲରେ ସଜାଯାଇଛି । ଏଥିପାଇଁ କାଶ୍ମୀର, ଦାର୍ଜିଲିଂ, ଉତରାଖଣ୍ଡ ଓ କନ୍ୟାକୁମାରୀ ବିଭିନ୍ନ ସ୍ଥାନରୁ ଫୁଲ ଅଣାଯାଇଥିଲା ।