ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଓମିକ୍ରନ୍ ଏବଂ ଏହାର ଭାର୍ରିଆଣ୍ଟ ଗୁଡ଼ିକ ଆଗକୁ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରନ୍ତି । ଗତ କିଛି ମାସ ମଧ୍ୟରେ ଏହି ମାମଲା ବୃଦ୍ଧି ପାଇବାରେ ଲାଗିଛି ଜ୍ଝ ତେଣୁ ଆମକୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ ଜ୍ଝ ଅନ୍ୟ ଦେଶ ତୁଳନାରେ କରୋନା ଉପରେ ଆମର ନିୟନ୍ତ୍ରଣ ରହିଛି, କିନ୍ତୁ କରୋନା ନେଇ ଚ୍ୟାଲେଞ୍ଜ ଏପର୍ୟ୍ୟନ୍ତ ସରିନାହିଁ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ୨ ସପ୍ତାହ ମଧ୍ୟରେ ବ ବଢୁଥିବା ମାମଲା ସହ ଆମକୁ ସତର୍କ ରହିବାକୁ ପଡ଼ିବ। ୨ ବର୍ଷ ମଧ୍ୟରେ, ସ୍ୱାସ୍ଥ୍ୟ ଭିତ୍ତିଭୂମି ଠାରୁ ଅମ୍ଳଜାନ ଯୋଗାଣ ପର୍ୟ୍ୟନ୍ତ କରୋନା ସହିତ ଜଡିତ ପ୍ରତ୍ୟେକ କ୍ଷେତ୍ରରେ ଦେଶରେ ଯାହା ଆବଶ୍ୟକ ହୋଇଛି ତାହା କରାଯାଇଛି ଜ୍ଝ
ତୃତୀୟ ଲହରରେ ପୂର୍ବରୁ କୌଣସି ଖବର ଆସି ନଥିବାରୁ ଏହି ଲହରରେ ଆମେ ପ୍ରତିଦିନ ୩ ଲକ୍ଷରୁ ଅଧିକ ମାମଲା ଦେଖୁଥିଲୁ। ଆମର ସମସ୍ତ ରାଜ୍ୟ ମଧ୍ୟ ଏହାକୁ ସଠିକ୍ ପରିଚାଳନା କରିଥିଲେ ଜ୍ଝ ଅନ୍ୟ ସମସ୍ତ ସାମାଜିକ ଏବଂ ଅର୍ଥନୖତିକ କାର୍ୟ୍ୟକୁ ବି ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।
ବୈଠକରେ ପ୍ରଧାନମନ୍ତ୍ରୀ ପେଟ୍ରୋଲ ଏବଂ ଡିଜେଲର ମୁଦ୍ରାସ୍ଫୀତି ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ଏବଂ ଭାଟ୍ ହ୍ରାସ କରି ଲୋକଙ୍କୁ ଆଶ୍ବସ୍ଥି ଦେବାକୁ ରାଜ୍ୟମାନଙ୍କୁ ନିବେଦନ କରିଛନ୍ତି।