ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହେବା ପରେ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ, ୧୦୦ କୋଟି ଡୋଜ୍ କେବଳ ଏକ ସଂଖ୍ୟା ନୁହେଁ ଏହା ଆମ ଦେଶର ଦକ୍ଷତାକୁ ପ୍ରଦର୍ଶନ କରୁଛି। ମୋଦୀ କହିଛନ୍ତି ଅକ୍ଟୋବର ୨୧ରେ ଭାରତ ଏକ ଅସାଧାରଣ ଲକ୍ଷ୍ୟ ହାସଲ କରିଛି ।
ମୋଦୀ କହିଛନ୍ତି, କରୋନା ଭଳି ମହାମାରୀକୁ ହରାଇବାରେ ଭାରତ ଏକ ଶକ୍ତିଶାଳୀ ଯୋଦ୍ଧା ବୋଲି ସାରା ବିଶ୍ୱ ମାନିବ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ମୋଦୀ ।୧୦୦ କୋଟି ଟିକାକରଣ ଲକ୍ଷ୍ୟ ପୂରଣ କରିବା ଦିଗରେ ୧୩୦ କୋଟି ଦେଶବାସୀଙ୍କ କର୍ତ୍ତବ୍ୟ ରହିଛି । ତେଣୁ ଏହ ସଫଳତା ଭାରତର ସଫଳତା ।ଭାରତରେ ଯେଭଳି ଭାବେ ଟିକାକରଣ ୧୦୦ କୋଟି ଟପିଛି ସାରା ବିଶ୍ୱରେ ଏଥିପାଇଁ ପ୍ରଶଂସା ହେଉଛି ।
ଯେତେବେଳେ ଭାରତରେ ଟିକାକରଣ ଆରମ୍ଭ ହେଲା ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିଲା ୧୦୦ କୋଟି ଟିକାକରଣ ସମସ୍ତ ପ୍ରଶ୍ନର ଉତ୍ତର ବୋଲି କହିଛନ୍ତି ମୋଦୀ । ତେବେ ଏହି ରେକର୍ଡ ଟିକାକରଣ ପରେ ବିଦେଶରୁ ଅନେକ ବିଶେଷଜ୍ଞ ଓ ଏଜେନ୍ସି ଭାରତ ପ୍ରତି ସକାରାତ୍ମକ ମନୋଭାବ ପୋଷଣ କରିଛନ୍ତି । ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇଛି ।
ଏହାସହ ମୋଦି ସ୍ୱଦେଶୀ ସାମଗ୍ରୀ କିଣିବା ଉପରେ ଜୋର ଦେଇଛନ୍ତି। ଛୋଟରୁ ଅତି ଛୋଟ, ଯାହାକି ଆମ ଘର ପାଇଁ ଆବଶ୍ୟକ, ସେସବୁ ସ୍ୱଦେଶୀ ସାମଗ୍ରୀ କିଣିବା ଉପରେ ଗୁରୁତ୍ୱ ଦେବାକୁ ମୋଦି ଆହ୍ୱାନ ଦେଇଛନ୍ତି। ଟିକାକରଣ ଏବେ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଉତ୍ସାହିତ କରିଥିବା ସେ କହିଛନ୍ତି ।