ଜୁନ ପ୍ରଥମ ସପ୍ତାହରେ ମୌସୁମୀ

ଜୁନ ମାସରେ ଆସୁଛି ମୌସୁମୀ ବାୟୁ । ଜୁନ ୧ରେ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ କେରଳ ଛୁଇଁବ। କେରଳରେ ଠିକ୍‌ ସମୟରେ ମୌସୁମୀ ଛୁଇଁବାର ବହୁ ସମ୍ଭାବନା ରହିଥିବା ବେଳେ ମେ ୧୫ରେ ଏନେଇ ସଠିକ ଆକଳନ କରାଯିବ ।

ଚଳିତ ବର୍ଷ ଜୁନରେ ମୌସୁମୀ କରେଳ ଛୁଇଁବାକୁ ଥିବାବେଳେ କୋଭିଡ ସମୟରେ ସତର୍କ ରହିବାକୁ ମଧ୍ୟ କୁହାଯାଇଛି । ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ ରାଜୀବ ଟୁଇଟ୍ କରି କହିଛନ୍ତି ଯେ, ଆଇଏମଡିର ଇଆରପି ସୂଚନା ଦେଇଛି ଯେ ମୌସୁମୀ ଠିକ୍ ସମୟରେ କେରଳ ଛୁଇଁବ। ଜୁନ ପହିଲା ବେଳକୁ ଅଧିକ ବର୍ଷା ହୋଇପାରେ । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବ ।

ଦେଶର ବାର୍ଷିକ ୭୦% ବର୍ଷା ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ରେକର୍ଡ କରାଯାଏ। ଜୁନରୁ ସେପ୍ଟେମ୍ବର ମଧ୍ୟରେ ଲଙ୍ଗ ପିରିୟଡ ଏଭେରେଜ ବା ଖଚଇ ୯୮% ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ଦିନ ତଳେ ଏନେଇ ପୂର୍ବାନୁମାନ କରାଯାଇଥିଲା । ଆକଳନ ଅନୁଯାୟୀ କ୍ରମାଗତ ୩ ବର୍ଷ ଦେଶରେ ସ୍ୱାଭାବିକ ବର୍ଷା ହେବାକୁ ଯାଉଛି । ଆଇଏମଡି ଦ୍ୱିତୀୟ ପର୍ୟ୍ୟାୟରେ ଆସନ୍ତା ୧୫ ତାରିଖରେ ସୂଚନା ଦେବ। ସେତେବେଳକୁ ମୌସୁମୀର ଚିତ୍ର ଆଉ ଟିକିଏ ସ୍ପଷ୍ଟ ହୋଇଯିବ।

Comments (0)
Add Comment