ମାଓ ବିରୋଧୀ ଅପରେସନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି । ହାର୍ଡକୋର ମାଓବାଦୀ ଗିରଫ । ଶଙ୍କର ଗିରଫ ନେଇ ପୁଲିସ ଡିଜି ଦେଲେ ସୂଚନା । ଶଙ୍କର ମୁଣ୍ଡ ଉପରେ ଥିଲା ୨୦ ଲକ୍ଷର ପୁରସ୍କାର । ଶଙ୍କର ୨୦ ବର୍ଷ ଭିତରେ ଧରାପଡିଥିବା ସବୁଠୁ ବଡ଼ ମାଓନେତା । ଏଭଳି ହାର୍ଡକୋର ମାଓବାଦୀ ଧରା ହେବା ଓଡିଶାରେ ପ୍ରଥମ ।
ଗତ ୨୦ ବର୍ଷ ମଧ୍ୟରେ ସବୁଠୁ ବଡ଼ ମାଓ ନେତା ଭାବେ ଦୁବାସିଙ୍କୁ ପୋଲିସ ଗିରଫ କରିଛି । ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଦୁବାସି । ୨୦୦୯ ଦାମନଯୋଡ଼ି ସିଆରପିଏଫ ୯ ଯବାନ ସହିଦ, ୨୦୧୦ ଗୋବିନ୍ଦପାଲ୍ଲୀ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୧୧ ପୋଲିସ ସହିଦ, ଜାନୁଗୁଡ଼ା ଆମ୍ବୁସ ଆଦି ହିଂସାକାଣ୍ଡରେ ଦୁବାସି ଶଙ୍କରଙ୍କ ସମ୍ପୃକ୍ତ ରହିଛି । ଖୁବଶୀଘ୍ର ପୋଲିସ ଦୁବାସିଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।