‘ମୁଁ ବିଜୁ ବାବୁ ପରି ହେବି’

ଉକ୍ରଳ ଦିବସରେ ରିଲିଜ ହୋଇଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ଭିଡିଓ ‘ମୁଁ ବିଜୁ ବାବୁ ପରି ହେବି’ । ଏହି ଭିଡିଓଟିରେ ପ୍ରଥମ ଥର ପାଇଁ ମନ୍ତ୍ରୀ , ବିଧାୟକ ଓ ନେତା ଅଭିନୟ କରିଛନ୍ତି । ବିଜୁ ବାବୁଙ୍କ ଜୀବନୀ ଓ ଗାଥାର ଝଲକ ଏହି ମ୍ୟୁଜିକ ଭିଡିଓଟିରେ ଦେଖିବାକୁ ମିଳିଛି । ରିଲିଜ ପୂର୍ବରୁ ସୋସିଆଲ ମିଡିଆରେ ଏହି ଗୀତର ଟିଜରଟିକୁ ଦର୍ଶକ ବେଶ ପ୍ରଶଂସା କରିଛନ୍ତି ।

ଆଧୁନିକ ଓଡିଶାର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବୀରତ୍ୱ, ଆଦର୍ଶ ଓ ସାହାସିକତାକୁ ସଂଗୀତରେ ଦର୍ଶାଯାଇଛି । ଗୀତଟିକୁ ଗୀତିକାର ତପୁ ନାୟକ ଲେଖିଥିବା ବେଳେ ଜାପାନୀ ଭାଇଙ୍କ ସଂଗୀତ ନିର୍ଦ୍ଦେଶନାରେ ପ୍ରସ୍ୁତ ହୋଇଛି ଏହି ଭିଡିଓ । ଋତୁରାଜ ମହାନ୍ତି ଗୀତିଟିକୁ ଗାଇଛନ୍ତି । ଝଡ଼ର ଇଗଲଙ୍କୁ ନେଇ ପ୍ରସ୍ତୁତ ଭିଡିଓଟି ଓଡିଶାବାସୀଙ୍କ ମନକୁ ଛୁଇଁବ ବୋଲି ଗୀତିକାର କହିଛନ୍ତି ।

ଭିଡିଓଟିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପତାପ ଜେନା, ଅରୁଣ ସାହୁ,ସମୀର ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ତୁଷାରକାନ୍ତ ବେହେରାଙ୍କୁ ଦେଖିବାକୁ ମିଳିବ । ସେହିପରି ବିଧାୟକ ସୁଶାନ୍ତ ରାଉତ,ପ୍ରଶାନ୍ତ ମୁଦୁଲି, ବ୍ରଜ ପ୍ରଧାନଙ୍କ ସମେତ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଂଗରାଜ ଅଭିନୟ କରିଛନ୍ତି ।
୨୦୧୯ ନିର୍ବାଚନ ବେଳେ ସଂଗୀତ ନିର୍ଦ୍ଦେଶକ ଜାପାନୀ ‘ନବୀନ ନବୀନ’ଗୀତର ନିର୍ଦ୍ଦେଶନା ଦେଇଥିଲା । ଯାହା ନିର୍ବାଚନ ସମୟରେ ବହୁତ ପପୁଲାର ହୋଇଥିଲା । ତେଣୁ ଏଥର ମଧ୍ୟ ଏହି ଗୀତଟିକୁ ଲୋକେ ବେଶ ପ୍ରଶଂସା କରିବେ ବୋଲି ସେ ଆଶା ରଖିଛନ୍ତି ।ଆଜି ଉକ୍ରଳ ଦିବସ ଅବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆଲବମକୁ ଉନ୍ମୋଚନ କରିଛନ୍ତି ।

Comments (0)
Add Comment