ନବରଙ୍ଗପୁର ସୀମା ସିଲ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର ହୋଇଛନ୍ତି ସରକାର । କଟକଣା କଡାକଡି କରାଯିବା ସହ କୋଭିଡ ନିୟମ ଉଂଲଘନକାରୀଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି । ରାଜ୍ୟରେ ଯେପରି ପୂର୍ବ ପରି ସ୍ଥିତି ନଆସେ ସେଥିପାଇଁ ସତର୍କ ହୋଇପଡିଛନ୍ତି ସରକାର । ନବରଙ୍ଗପୁର ସୀମା ଆଜି ସିଲ କରିଦିଆଯାଇଛି । ଫଳରେ ଛତିଶଗଡ ପଟୁ ଆସୁଥିବା ସମସ୍ତ ଗାଡି ଓ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ନବରଙ୍ଗପୁର ସୀମା ସିଲ । ଛତିଶଗଡ ସଲଂଗ୍ନ ସୀମାକୁ ସିଲ୍ କରିଛି ପ୍ରଶାସନ । ସେପଟେ ବିନା ରିପୋର୍ଟରେ ନବରଙ୍ଗପୁର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ସୀମାରେ ଥିବା ଚେକପୋଷ୍ଟକୁ ସିଲ୍ ସହ ଯାଞ୍ଚ କଡାକଡି କରାଯାଇଛି । ଉମରକୋଟ ଦଣ୍ଡସରା ଠାରେ ମଧ୍ୟ କଟକଣାକୁ କଡାକଡି କରାଯାଇଛି । ଏବେ ଛତିଶଗଡରେ କରୋନା ସଂକ୍ରମଣ ଭୟାବହ ହେଉଥିବାରୁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।

ପୂର୍ବରୁ ଛତିଶଗଡ ସୀମାକୁ ଲାଗିରହିଥିବା ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ନାଇଟ କର୍ଫ୍ୟୁ ଲଗାଇଛନ୍ତି ରାଜ୍ୟ ସରକାର । ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି ହୋଇଛି ।

Comments (0)
Add Comment