ପୋଲିସ-ବିଜେପି କର୍ମୀ ମୁହାଁମୁହିଁ

କଟକ ଜିଲ୍ଲା ନରସିଂହପୁରରେ ଥାନା ଘେରାଉ ସହ ତାଲା ପକାଇଲା ବିଜେପି । ଶତାଧିକ ବିଜେପି କର୍ମୀ ଥାନା ଆଗରେ ବିକ୍ଷୋଭ କରିବା ସହ ତାଲା ପକାଇ ଦେଇଛନ୍ତି । ମିଛ କେସରେ ପୋଲିସ ବିଜେପି କର୍ମୀଙ୍କୁ ଉଠାଇ ଆଣିଥିବା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ନରସିଂହପୁର ଥାନାରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ପୋଲିସକୁ ଉପରକୁ ଟେକା ମାଡ଼ କରାଯାଇଥିଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠିମାଡ଼ କରିଥିଲା । ଏଥିରେ ତିନି ଜଣ ପୋଲିସ କର୍ମଚାରୀଙ୍କ ସହ ଜଣେ ବିଜେପି କର୍ମୀ ଆହତ ହୋଇଛନ୍ତି । ଶତାଧିକ ବିଜେପି କର୍ମୀଙ୍କ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏସଡିପିଓଙ୍କୁ ଥାନା ଭିତରେ ତାଲା ପକାଇଦେଇଥିଲେ । ବିଜେପି ପକ୍ଷରୁ ନରସିଂହପୁର ଥାନା ଘେରାଉ କରାଯାଇଥିଲା ।

ଗତକାଲି ରାତିରେ ସାଧା ପୋଷାକରେ ଯାଇ ପୋଲିସ ଏକ ପିକ୍ଅପ୍ ଭ୍ୟାନରେ ଗାଁର ଲିପକ ବଳିଆର ସିଂହ, ରଞ୍ଜନ କୁମାର ସାମନ୍ତରାୟ ଓ ମନୋଜ୍ ନାଏକଙ୍କୁ ଉଠାଇ ଆଣିଥିଲା । ଏହାର ପ୍ରତିବାଦରେ ବିଜେପି କର୍ମୀମାନେ ବିକ୍ଷୋଭ କରିଥିଲେ ।

Comments (0)
Add Comment