ଓଡିଆ ଯୁବକଙ୍କୁ ମୋଦିଙ୍କ ପ୍ରଶଂସା..ସିଲୁ ସାରଙ୍କୁ ଜଣାଇଲେ ସାଧୁବାଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ର୍ଷର ଦ୍ୱିତୀୟ ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କଲା ବେଳେ ଓଡ଼ିଶାର ଜଣେ ଯୁବକଙ୍କୁ ପ୍ରଶଂସା କରିଛନ୍ତି। ମନ୍ କି ବାତ୍ କାର୍ୟ୍ୟକ୍ରମରେ ଜଗତସିଂହପୁର ଯୁବକ ସିଲୁ ନାୟକଙ୍କ ପ୍ରେରଣାଦାୟୀ କାହାଣୀ କହିଛନ୍ତି । ନିଜର ବିଫଳତା କେମିତି ଅନ୍ୟମାନଙ୍କୁ ସଫଳ କରିବା ପାଇଁ ପ୍ରେରଣା ଯୋଗାଇଲା ସେହି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଚାକିରି ଛାଡ଼ି ଯୁବକଙ୍କୁ ମାଗଣାରେ ଆର୍ମି ଟ୍ରେନିଂ ଦେଉଥିବା ୨୮ବର୍ଷୀୟ ଯୁବକକୁ ଆଜି ମନେ ପକାଇବା ସହ ଜଣେ ନିସ୍ୱାର୍ଥପର ମଣିଷର ତ୍ୟାଗକୁ ସେ ସଲାମ ଜଣାଇଛନ୍ତି। ୨୦୧୬ରେ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଁ ରାଉରକେଲାରେ ପ୍ରଶିକ୍ଷଣ ନେଉଥିଲେ ସିଲୁ ନାୟକ । ହେଲେ ଫିଜିକାଲ ଫିଟନେସରେ କଟି ଯାଉଥିବା ଯୁବକଙ୍କ ବ୍ୟଥା ତାଙ୍କୁ କଷ୍ଟ ଦେଇଥିଲା । ଆଉ ସେହି ଭଳି ଯୁବକଙ୍କ ପାଇଁ କିଛି କରିବାକୁ ଆଗେଇ ଆସିଥିଲେ ସିଲୁ । ନାୟକ ସାର ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରନ୍ତୁ ବୋଲି ମଧ୍ୟ କହିଛନ୍ତି ମୋଦି। ଶିକ୍ଷିତ ଯୁବକମାନଙ୍କୁ ଭାରତୀୟ ସେନାବାହିନୀ ଏବଂ ପୋଲିସରେ ଭର୍ତ୍ତି କରିବା ଉଦ୍ଦେଶ୍ୟରେ ଦେବୀ ନଦୀକୂଳରେ ମହାଗୁରୁ ବାଟାଲିଅନ ପ୍ରତିଷ୍ଠା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଓଡ଼ିଆ ଯୁବକ। ନାୟକ ସାରଙ୍କ ପ୍ରଶିକ୍ଷଣ କେନ୍ଦ୍ରର ନାଁ ହେଉଛି ‘ମହାଗୁରୁ ବାଟାଲିୟନ୍’। ଏଥିରେ ଫିଜିକାଲ୍ ଫିଟନେସ୍ ଠାରୁ ଆରମ୍ଭ କରି ଇଣ୍ଟରଭ୍ୟୁ ଓ ରିଟିନ୍ ଟେଷ୍ଟ୍ ଆଦି ଅଭ୍ୟାସ କରାଯାଉଛି।’

ସିଲୁ ନାୟକଙ୍କ ଠାରୁ ପ୍ରଶିକ୍ଷଣ ପାଇ ସ୍ଥଳ, ଜଳ, ନୌସେନା ଓ ଅର୍ଦ୍ଧସାମରିକ ବାହିନୀରେ ଅନେକ ଯୁବକ ଯୋଗ ଦେଇ ସାରିଛନ୍ତି। ନିଜ ପ୍ରଶିକ୍ଷଣ ଦମରେ ଅନେକ ଯୁବକଙ୍କୁ ଦେଶର ସେବା ପାଇଁ ତି କରିବା ପାଇଁ ପ୍ରସ୍ତୁତ କରିଛନ୍ତି ନାୟକ ସାର୍ । ବେ ପ୍ରାୟ ୫ ବର୍ଷ ଧରି ସକାଳେ ଓ ଅପରାହ୍ନରେ ବିନା ମୂଲ୍ୟରେ ନାଉଗାଁ ବ୍ଲକ ଏବଂ ଆଖପାଖ ଅଞ୍ଚଳର ଯୁବକ ମାନଙ୍କୁ ହାଇଜମ୍ପ, ଲଙ୍ଗଜମ୍ପ, ଦୈାଡ ପ୍ରଭୃତି ପ୍ରଶିକ୍ଷଣ ପ୍ରଦାନ କରି ଆସୁଛନ୍ତି ସିଲୁ ସାର୍ ।

Comments (0)
Add Comment