କୋଭିଡ଼ ସ୍ଥିତି ନେଇ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ସହ ଆଲୋଚନା ବେଳେ ରାଜ୍ୟର ସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘରୋଇ ହସ୍ପିଟାଲକୁ ୫% ଟିକା ଦେଇ ୯୫% ରାଜ୍ୟ ସରକାରଙ୍କୁ ଦିଆଯାଉ ବୋଲି ସେ ଦାବି କରିଛନ୍ତି। । ସେହି ଅନୁପାତରେ ଟିକା ଦେଲେ ରାଜ୍ୟରେ ଟିକାକରଣର ଗତି ବଢ଼ିପାରିବ । ସେହିପରି ତୃତୀୟ ଲହରରେ ପିଲାମାନେ ପ୍ରଭାବିତ ହେବା ଆଶଙ୍କା ଥିବାରୁ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକାକରଣକୁ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଛନ୍ତି ନବୀନ ।
ରାଜ୍ୟରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍। ଘରୋଇ ହସ୍ପିଟାଲକୁ ୨୫% ଟିକା ଆବଣ୍ଟନ ଥିବାରୁ ଓଡ଼ିଶା କୋଟା କମୁଛି। ଘରୋଇ ହସ୍ପିଟାଲକୁ ୫% ଟିକା ଦେବାକୁ ଦାବି କରିଛନ୍ତି ନବୀନ । ଶରେ ଧୀରେ ଧୀରେ ସଂକ୍ରମଣ କମୁଛି କିନ୍ତୁ ଏବେ ବି ସଚେତନ ହୋଇ ରହିବାର ଆବଶ୍ୟକତା ରହିଛି। କାରଣ ଟିକିଏ ଅସାବଧାନ ହେଲେ ଦେଶରେ ପୁଣି ଥରେ ସଂକ୍ରମଣ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ତୃତୀୟ ଲହର ରୋକିବାକୁ କଡ଼ା ପଦକ୍ଷେପ ଜରୁରୀ। ଗତ ସପ୍ତାହରେ ଓଡିଶା ସମେତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ, ୬ଟି ରାଜ୍ୟରୁ ୮୦ ପ୍ରତିଶତ ନୂଆ ମାମଲା ଆସିଛି, ୮୪ ପ୍ରତିଶତ ମୃତ୍ୟୁ ହୋଇଛି । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ ଓ ଟିକାକରଣ ଉପରେ ଜୋର ଦେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।