ପିପିଲି ଉପ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ପ୍ରସ୍ତୁତ ହୋଇସାରିଛନ୍ତି ବିଜେଡି ବିଗ୍ରେଡ । ପିପିଲି ଉପନିର୍ବାଚନ ପାଇଁ ରଣନୀତି ସ୍ଥିର କରିବାକୁ ୪ ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ । ଏହି ଚାରିଜଣଙ୍କ ମଧ୍ୟରେ ପିପିଲି ପର୍ୟ୍ୟବେକ୍ଷକ ପ୍ରତାପ ଦେବଙ୍କ ସହ ଦଳର ଉପସଭାପତି ଦେବୀ ମିଶ୍ର, ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ଓ ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ଅଛନ୍ତି । ଏହି ସମସ୍ତ ନେତା ପିପିଲିରେ ରହି ଦଳର ଉପନିର୍ବାଚନା ପରିଚାଳନାରେ ସହଯୋଗ କରିବେ ଏବଂ ତଦାରଖ ମଧ୍ୟ କରିବେ ।
ପିପିଲି ଉପନିର୍ବାଚନ ଲାଗି ସବୁ ପ୍ରମୁଖ ଦଳ ନିଜ ନିଜର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ତିନି ପ୍ରମୁଖ୍ୟ ଦଳର ଆଶାୟୀ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ ପରେ କ୍ୟାମ୍ପେନ ମଧ୍ୟ ଆରମ୍ଭ କରିଛନ୍ତି । ତେବେ ଏଥର ଦୁଇ ଦୁଇ ଜଣ ସିନିୟର ଲିଡରଙ୍କ ସହ ଲଢେଇ କରିବେ ରାଜନୀତିରେ ସଜସଜ ପାଦ ଦେଇଥିବା ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ । ବିଜେଡ଼ିର ଗଡ଼ କୁହାଯାଉଥିବା ପିପିଲି ଆସନରେ ଏଥିର ନୂଆ ଓ ପୁରୁଣା ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିବ । ବାପାଙ୍କ ଗଡ଼ରେ ବିଜେଡିର ଧ୍ୱଜା ଉଡାଇବାକୁ ଜୁନିୟର ମହାରଥୀଙ୍କୁ ମାର୍ଗଦର୍ଶନ କରିବେ ବିଜେଡିର ଏହି ଶୀର୍ଷ ୪ରଣନୀତିକାର ।