କଟକକୁ ୧୬ ଶହ କୋଟିର ଭେଟି ଦେଲେ ମୁଖ୍ୟମନ୍ତ୍ରୀ । କଟକରେ ଲେଖା ହେଲା ସେବା ଆଉ ବିକାଶର ନୂଆ କାହାଣୀ । ବିଏସକେୱାଇ ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଜିଲ୍ଲାର ୧୮ ଲକ୍ଷ ଲୋକ ଉପକୃତ ହେବେ । ଜିଲ୍ଲା ପାଇଁ ୧୫୭୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କଟକ ବାଲିଯାତ୍ରା ପଡ଼ିଆ ଠାରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ମୁଖ୍ୟମନ୍ତ୍ରୀ ବିଏସ୍ କେ ଓ୍ବାଇ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ରହିଥିଲେ। କାର୍ୟ୍ୟକ୍ରମରେ କଟକ ଜିଲ୍ଲାପାଳ, ସିଏମସି କମିସନରଙ୍କ ସମେତ ସମସ୍ତ କଟକ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ରହିଥିଲେ।
ସବୁକ୍ଷେତ୍ରରେ କଟକର ସ୍ୱତନ୍ତ୍ରତା ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏସସିବି ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରିବାକୁ କାମ ଚାଲିଛି । ଖୁବଶୀଘ୍ର ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାଇଲଷ୍ଟୋନ୍ ହେବ ଏସସିବି । କଟକବାସୀଙ୍କ ପ୍ରିୟ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ଲାଇବ୍ରେରୀକୁ ପୁରୀ-ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ସ୍ଥାପନ କରାଯିବ । ଏହାକୁ ଷ୍ଟେଟ ଅଫ ଦ୍ ଆର୍ଟ ଲାଇବ୍ରେରୀର ମାନ୍ୟତା ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।